ଉପମୁଖ୍ୟମନ୍ତ୍ରୀ ହେଲେ ପ୍ରଭାତୀ ପରିଡା, କେମିତି ଥିଲା ତାଙ୍କ ସଂଘର୍ଷ କାହାଣୀ ? - Deputy CM Pravati Parida - DEPUTY CM PRAVATI PARIDA
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/12-06-2024/640-480-21694443-thumbnail-16x9-od.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jun 12, 2024, 9:50 PM IST
New Deputy CM Of Odisha Pravati Parida: ନିମାପଡ଼ା: ଆଜି ନୂଆ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡା । ଏହାସହ ଓଡ଼ିଶା ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ପ୍ରଭାତୀ । 3ଥର ପରାଜୟ ପରେ ମଧ୍ୟ ପଛଘୁଞ୍ଜା ଦେଇ ନଥଲେ ପ୍ରଭାତୀ । ଆଉ 4ର୍ଥ ଥର ଲଢ଼ି ବିଧାୟିକା ହେବାସହ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି ପ୍ରଭାତୀ । ସେପଟେ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ପ୍ରଭାତୀଙ୍କ ପରିବାର ସହ ସମ୍ପୂର୍ଣ୍ଣ ନିମାପଡ଼ାରେ ଖୁସିର ମାହୋଲ ଖେଳିଯାଇଛି ।
ତେବେ ଉପମୁଖ୍ୟମନ୍ତ୍ରୀ ଭଳି ପଦ ପାଖରେ ପହଞ୍ଚିବା ପାଇଁ ପ୍ରଭାତୀଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଛି । ପ୍ରଭାତୀଙ୍କ ରାଜନୀତିରେ ସଂଘର୍ଷ ସହ ତାଙ୍କୁ କେତେ ପରିଶ୍ରମ କରିବାକୁ ପଡ଼ିଛି ତାହା ଇଟିଭି ଭାରତ ଆଗରେ କହିଛନ୍ତି ପ୍ରଭାତୀଙ୍କ ସ୍ବାମୀ ଶ୍ୟାମ ସୁନ୍ଦର ନାୟକ ।
ଇଟିଭି ଭାରତ, ନିମାପଡ଼ା