ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନାକୁ ଗୁରୁତ୍ବ, ରାସ୍ତାରେ ଚାଲିଛି ଜୋରଦାର ଚେକିଂ - vehicle Checking For Election - VEHICLE CHECKING FOR ELECTION
🎬 Watch Now: Feature Video

Published : May 6, 2024, 10:26 PM IST
Vehicle Checking For Free And Fair Election: ଖୋର୍ଦ୍ଧା: ଓଡ଼ିଶାରେ ଏକାସଙ୍ଗେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ । ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ କରିବାକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଢ଼ ପଦକ୍ଷେପ ନିଆଯାଇଛି । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ କରାଯିବା ସହ ଲୋକଙ୍କୁ ଭୟଭୀତ ନ ହେବା ଓ କାହା ଦ୍ବାରା ପ୍ରଭାବିତ ନ ହେବା ପ୍ରତି ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ସମସ୍ତ ପ୍ରସ୍ତୁତିକୁ ଜୋରଦାର କରାଯାଉଛି । ବିଶେଷ ଭାବେ ରାସ୍ତାରେ ଯାନ ବାହାନ ଦ୍ୱାରା ଯେଭଳି ନିର୍ବାଚନକୁ ପ୍ରଭାବିତ କରିବା ଭଳି କୌଣସି ସାମଗ୍ରୀ ପରିବହନ ନହେବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଉଛି । ଏନେଇ ଆଜି (ସୋମବାର) ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଘମାରୀ-କଣ୍ଟିଲୋ 48ନଂ ରାଜ୍ୟ ରାଜପଥର ବଡବେରଣା ରାସ୍ତାରେ ନିର୍ବାଚନ ଫ୍ଲାଇଙ୍ଗ ସ୍ୱାର୍ଡ ଦ୍ୱାରା ବ୍ଲକିଂ ଓ ଚେକିଂକୁ ଜୋରଦାର କରାଯାଇଛି । ରାସ୍ତାରେ ଯାଉଥିବା ପ୍ରତି ଗାଡିକୁ ତନ୍ନ ତନ୍ନ କରି ଯାଞ୍ଚ କରାଯିବା ପରେ ଛଡା ଯାଉଥିବା ଦେଖିବାକୁ ମିଳୁଛି । ଯେଭଳି କୌଣସି ଯାନରେ ମାଦକ ଦ୍ରବ୍ୟ, ଅର୍ଥ କିମ୍ବା ଅସ୍ତ୍ରଶସ୍ତ୍ର ପରିବହନ ହୋଇ ନପାରିବ ସେ ଉପରେ ବିଶେଷ ଧ୍ୟାନ ଦିଆଯାଉଥିବା ନେଇ ଚେକିଂରେ ନିୟୋଜିତ ଥିବା ଅଧିକାରୀ କହିଛନ୍ତି ।
ଇଟିଭି ଭାରତ, ଖୋର୍ଦ୍ଧା