thumbnail

By ETV Bharat Odisha Team

Published : Jun 8, 2024, 10:18 PM IST

ETV Bharat / Videos

କଟକରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଟାଏକୋଣ୍ଡୋ ଚମ୍ପିଆନସିପ୍‌ - Taekwondo Championship

କଟକ: କଟକରେ ଆରମ୍ଭ ହୋଇଛି ତୃତୀୟ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ ଚମ୍ପିଆନସିପ୍‌ । କ୍ୟୋରୋଗି, ପୋମ୍ସେ ଓ ପାରା କାଟାଗୋରିରେ ଆୟୋଜିତ ଏହି ଚମ୍ପିଆନସିପ୍‌ରେ ପ୍ରାୟ ୬୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଏହି ଟାଏକୋଣ୍ଡୋ ଚମ୍ପିଆନସିପ୍‌ ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ । ରାଜ୍ୟ ଟାଏକୋଣ୍ଡୋ ଆସୋସିଏସନ୍‌ ଆସନ୍ତା ଦିନରେ ଅଧିକରୁ ଅଧିକ ମ୍ୟାଚ୍‌ ଆୟୋଜିତ କଲେ ରାଜ୍ୟରୁ ଟାଏକୋଣ୍ଡୋ ପ୍ରତିଯୋଗୀ ଜାତୀୟ, ଅନ୍ତର୍ଜାତୀୟସ୍ତରରେ ସୁନାମ ଆଣିପାରିବେ । ମାତ୍ର ନିୟମିତ ବ୍ୟବଧାନରେ ରାଜ୍ୟରେ ଟାଏକୋଣ୍ଡୋ ପ୍ରତିଯୋଗିତା ଆୟୋଜନ ପାଇଁ ଇଣ୍ଡୋର ସୁବିଧାର ଅଭାବ ରହିଥିବା କହିଛନ୍ତି ଓଡିଶା ଟାଏକୋଣ୍ଡୋ ଆସୋସିଏସନର ସାଧାରଣ ସମ୍ପାଦକ ଚିନ୍ମୟ ବେହେରା ।

ଏହା ମଧ୍ୟ ପଢ଼ନ୍ତୁ...IWF ୱାର୍ଲଡ ୟୁଥ ୱେଟଲିପ୍ଟିଂ ଚମ୍ପିଆନସିପରେ ଓଡିଶା ଝିଅଙ୍କ କମାଲ, ସ୍ୱର୍ଣ୍ଣ ପଦକ ସହ ବିଶ୍ୱ ରେକର୍ଡ 

ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଏହି ଟାଏକୋଣ୍ଡୋ ଚମ୍ପିଆନସିପ୍‌ରେ ସବ୍‌ଜୁନିୟର, ଜୁନିୟର ଓ ସିନିୟର ଗ୍ରୁପର ବାଳକ ଓ ବାଳିକାମାନେ ଅଂଶଗ୍ରହଣ କରିଛନ୍ତି । ଯେଉଁ ଖେଳାଳିମାନେ ଏହି ପ୍ରତିଯୋଗୀତାରେ ଭଲ ପଦର୍ଶନ କରିବେ, ସେମାନେ ଆଗକୁ ହେବାକୁ ଥିବା ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରୀୟ ପ୍ରତିଯୋଗିତା ଖେଳିବା ପାଇଁ ସୁଯୋଗ ପାଇବେ । ସେପଟେ ରାଜ୍ୟସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ ଭାଗ ନେଇ ବେଶ ଉତ୍ସାହିତ ଅଛନ୍ତି ଖେଳାଳି । ଖେଳିବା ଦ୍ବାରା ମାନସିକ ସହ ଶାରୀରିକ ସୁସ୍ଥତା ମିଳିଥାଏ, ତେଣୁ ସମସ୍ତେ ଖେଳିବା ଉଚିତ ବୋଲି ଜଣେ ଖେଳାଳି କହିଛନ୍ତି। ଏହି ଗେମ୍‌ରେ ଆଗାମୀ ଦିନରେ ନିଜର ପରିଚୟ ଆନ୍ତର୍ଜାତିକସ୍ତରରେ ପଦର୍ଶନ କରିବା ନେଇ ଆଶାବାଦୀ ରହିଛନ୍ତି ସମସ୍ତ ଖେଳାଳି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.