ଏସସିବିରେ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ - Health Minister At SCB Medical

By ETV Bharat Odisha Team

Published : Jun 25, 2024, 4:21 PM IST

thumbnail
HEALTH MINISTER AT SCB MEDICAL (ETV Bharat Odisha)

Mukesh Mahaling Visits SCB Medical: କଟକ: ଏସସିବି ମେଡିକାଲ ଗସ୍ତ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ମେଡିକାଲରେ ସମସ୍ତ ବିଭାଗ ଭ୍ରମଣ କରିବା ସହ ଏସସବି ଅଧିକ୍ଷକ ଓ ବରିଷ୍ଠ ଡାକ୍ତରମାନଙ୍କ ସହ ଆଲୋଚନା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ମନ୍ତ୍ରୀଙ୍କ ମତରେ ରାଜ୍ୟରେ ନୂଆ ସରକାର ଗଠନ ହେବାପରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆସିବ । ଗୋଟିଏ ପଟେ ଡାକ୍ତରଙ୍କୁ ସୁରକ୍ଷା, ଅନ୍ୟପଟେ ଉନ୍ନତମାନର ରୋଗୀ ସେବା ହୋଗାଇବା ପାଇଁ କତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ରୋଗୀ ଓ ଡାକ୍ତରମାନଙ୍କ ମଧ୍ୟରେ ଯେପରି ଭଲ ସମ୍ପର୍କ ରହିବ ତାହା ଉପରେ ବେଶି ଗୁରୁତ୍ବ ଦିଆଯାଉଛି । ଯେପରି ଡାକ୍ତର ରୋଗୀଙ୍କ ପ୍ରତି ଭଲ ବ୍ୟବହାର କରିବେ ସେନେଇ ଅଧିକ ଯତ୍ନବାନ ହେବା ନେଇ ବିଭିନ୍ନ ବର୍ଗର ଡ଼ାକ୍ତରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । 

ଏହା ମଧ୍ୟ ପଢ଼ନ୍ତୁ...କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନରେ ସ୍ୱାସ୍ଥ୍ୟମନ୍ତ୍ରୀ, ରୋଗୀଙ୍କୁ ଭଲ ଖାଦ୍ୟ ଓ ବ୍ୟବହାର କରିବାକୁ ନିର୍ଦ୍ଦେଶ - Health Minister At Capital Hospital

ଆଗମୀ ଦିନରେ ଯେପରି ଚିକିତ୍ସା ବ୍ୟବସ୍ଥା ଉପରେ ସୁଧାର ଆସିବ ସେନେଇ ଏକ ସ୍ଵତନ୍ତ୍ର ରୋଡ଼ମ୍ୟାପ ପ୍ରସ୍ତୁତ କରାଯିବ । ଏସସିବିରେ ଡାକ୍ତର ଅଭାବ ସମସ୍ୟା ଉପରେ ଗୁରୁତ୍ୱ ଦିଆଯାଉଛି ତାହା ଉପରେ ନଜର ଦିଆଯିବ ବୋଲି କହିଛନ୍ତି । ଏହାବ୍ୟତୀତ ଏସସିବି ସମ୍ପ୍ରସାରଣ ପ୍ରୋଜେକ୍ଟ ଉପରେ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ସ୍ଥିତି ଅନୁଧ୍ୟାନ କରାଯାଉଛି । ଏହାସହ କୋରାପୁଟ, ରାୟଗଡା ଓ କଳାହାଣ୍ଡିରେ ଡିପଥେରିଆ ଆୟତ୍ତ ରହିଛି ଓ ସମ୍ବଲପୁରରେ ଜଣ୍ଡିସ ବ୍ୟାପିବା ଉପରେ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି ଓ ସେଠାରେ ସ୍ଥିତି ମଧ୍ୟ ଆୟତ୍ତ ରହିଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । 

ଇଟିଭି ଭାରତ, କଟକ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.