ଶ୍ରମ ବିଭାଗରେ ବ୍ୟାପକ ଦୁର୍ନୀତି ମାମଲା; ଖବର ପ୍ରସାରଣ ପରେ ତତ୍ପର ରାଜ୍ୟ ଶ୍ରମ ବିଭାଗ, ତଦନ୍ତ ଆରମ୍ଭ - Labour Death Scheme Issue - LABOUR DEATH SCHEME ISSUE

🎬 Watch Now: Feature Video

thumbnail

By ETV Bharat Odisha Team

Published : Jun 21, 2024, 10:57 AM IST

ରାୟଗଡ଼ା: ଶ୍ରମିକ ମୃତ୍ୟୁକାଳୀନ ସହାୟତା ରାଶି ଯୋଜନାରେ ବ୍ୟାପକ ଦୁର୍ନୀତି ମାମଲା । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ତତ୍ପର ରାଜ୍ୟ ଶ୍ରମ ବିଭାଗ । ଘଟଣା ନେଇ ଗତକାଲି ଦୁଇ ଜଣିଆ ଟିମ ଭୁବନେଶ୍ୱର ଠାରୁ ରାୟଗଡା ପହଂଚି ନଥି ପତ୍ର ଯାଞ୍ଚ କରିଛନ୍ତି ।  ଉଭୟ ଓଏସଡି ପ୍ରଶାନ୍ତ ବଳିୟାରସିଂହ ଏବଂ ଅତିରିକ୍ତ ଶ୍ରମ ଆୟୁକ୍ତ ଘାସିରାମ ଟୁଡୁଙ୍କ ନେତୃତ୍ୱରେ ଆଜି ଗ୍ରାଉଣ୍ଡ ଜିରୋରେ ଚାଲିଛି ଯାଞ୍ଚ । ବିଗତ ଦୁଇ ବର୍ଷରେ ତତ୍କାଳୀନ ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମିନ ସାହୁଙ୍କ ତତ୍ବବଧାନରେ ଦିଆଯାଇଥିବା ଶ୍ରମିକ ମୃତ୍ୟୁ କାଳୀନ ଯୋଜନାରେ ସମସ୍ତ ହିତାଧିକାରୀ ଟଙ୍କା ପାଇଥିଲେ କି ନାହିଁ ତାକୁ ନେଇ ଯାଞ୍ଚ ଚାଲିଛି । ଏହି ଯାଞ୍ଚରେ ଉଭୟ ଅଧିକାରୀଙ୍କ ସହ ଜିଲ୍ଲା ଶ୍ରମ ଆୟୁକ୍ତ ପାଣିଗ୍ରାହୀଙ୍କ ସମେତ ବର୍ତ୍ତମାନର ଜିଲ୍ଲା ଶ୍ରମ ଅଧିକାରୀ (ମଙ୍ଗଳ ) ଗୋପାଳ ମଙ୍ଗରାଜ ସାମିଲ ଥିଲେ । ଏହି ଯାଞ୍ଚ ମୁନିଗୁଡା ବ୍ଲକର ଅମ୍ବାଦଳା ପଞ୍ଚାୟତର ଇନ୍ଦ୍ରପୋଡ଼ା ଗାଁରେ ଚାଲିଥିବା ବେଳେ ହିତାଧିକାରୀଙ୍କ ସହ ଆଲୋଚନା କରିବା ସହ ନଥି ପତ୍ର ସଂଗ୍ରହ କରିଛନ୍ତି l 

ଏହା ମଧ୍ୟ ପଢନ୍ତୁ: ରାୟଗଡା ଶ୍ରମ କାର୍ଯ୍ୟାଳୟରେ ମହାଘୋଟାଲା, ମୃତ ନିର୍ମାଣ ଶ୍ରମିକଙ୍କ ନାଁରେ ଟଙ୍କା ଆତ୍ମସାତ

ବିଶେଷ ସୂତ୍ରରୁ ପାଇଥିବା ତଥ୍ୟ ଅନୁସାରେ ଜିଲ୍ଲାରେ ବିଗତ ଦୁଇ ଆର୍ଥିକ ବର୍ଷରେ 1800ରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ମୃତ୍ୟୁକାଳୀନ ଯୋଜନା ଆକାରରେ 36 କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ହେଲେ ସେଠି ମଧ୍ୟରୁ ଅନେକ ହିତାଧିକାରୀ ଏହି ଯୋଜନାରୁ ଟଙ୍କା ପାଇ ନଥିବା ବେଳେ ମୃତ ଶ୍ରମିକ ସହ ସମ୍ପର୍କ ନଥିବା ଅନ୍ୟ ବ୍ୟକ୍ତି ବିଶେଷ ଏହି ଯୋଜନାର ଟଙ୍କା ଉଠେଇଥିବା ରାଜ୍ୟ ଶ୍ରମ ବିଭାଗ ଠାରେ ସୂଚନା ପହଞ୍ଚିଥିଲା । ଏହି ହେରଫେରରେ ପୂର୍ବତମ ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମିନ ସାହୁଙ୍କ ହାତ ଥିବା ସନ୍ଦେହ କରାଯାଉଛି । ଏନେଇ ସାହୁଙ୍କ ସହ ଯୋଗାଯୋଗ କରିବାରୁ ଏଥିରେ ମୁଁ ସମୃକ୍ତ ନୁହ, ତଦନ୍ତ ଚାଲିଛି ପ୍ରତିକ୍ରିୟା ଦେଇପାରିବି ନି ବୋଲି ମତ ରଖିଛନ୍ତି । ସେହିଭଳି ତଦନ୍ତ କରୁଥିବା ସ୍ଵତନ୍ତ୍ର ଟିମ ମଧ୍ୟ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । 
 

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.