thumbnail

By ETV Bharat Odisha Team

Published : Jun 18, 2024, 6:46 PM IST

Updated : Jun 18, 2024, 9:32 PM IST

ETV Bharat / Videos

ସ୍ମୃତିରେ ମିଡିଆ ଜଗତର ବେତାଜ ବାଦଶାହ ରାମୋଜୀ ରାଓ, ଶ୍ରଦ୍ଧାଞ୍ଜଳି ଜଣାଉଛି ଓଡ଼ିଶା ମିଡିଆ ପରିବାର LIVE - Tribute Program for Ramoji Rao

ଭୁବନେଶ୍ବର: ମିଡିଆ ବାଦଶାହ ପଦ୍ମବିଭୂଷଣ ରାମୋଜୀ ରାଓ ଆଜି ଆଉ ନାହାନ୍ତି ସତ, ହେଲେ ତାଙ୍କୁ ଏବେ ବି ଝୁରୁଛନ୍ତି ତାଙ୍କ ହାତଗଢା ମଣିଷମାନେ । ଗତ ଜୁନ ୮ ତାରିଖରେ ଏହି ମହାନାୟକଙ୍କର ମହାପ୍ରାୟାଣ ଘଟିଛି । ହେଲେ ଆଜି ବି ଗଣମାଧ୍ୟମ ଜଗତର ଭିଷ୍ମ ପିତାମହଙ୍କୁ ଝୁରୁଛୁ ଦେଶର ମିଡିଆ ଜଗତ । ଏହି କ୍ରମରେ ଗଣମାଧ୍ୟମ ଏବଂ ମନୋରଞ୍ଜନ ଦୁନିଆର ବାଦଶାହ ରାମୋଜୀ ରାଓଙ୍କ ସ୍ମୃତିଚାରଣ ପାଇଁ ଆଜି (ମଙ୍ଗଳବାର) ସନ୍ଧ୍ୟାରେ ଏକ ବିଶେଷ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଭୁବନେଶ୍ବରସ୍ଥିତ ଜୟଦେବ ଭବନଠାରେ ରାମୋଜୀ ରାଓଙ୍କ ସ୍ମୃତିରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ 'ଈଟିଭି ଓଡ଼ିଆ' ସାଟେଲାଇଟ୍ ଚ୍ୟାନେଲର ପୂର୍ବତନ ସହଯୋଗୀ, ରାମୋଜୀ ଗ୍ରୁପର କର୍ମଚାରୀ ଏବଂ ଓଡ଼ିଶା ଗଣମାଧ୍ୟମ ଓ ମନୋରଞ୍ଜନ ଜଗତର ବ୍ୟକ୍ତିବିଶେଷ ସାମିଲ ହୋଇଛନ୍ତି । ସମସ୍ତେ ଏହି ମିଡିଆ ମହାନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ଦେଖନ୍ତୁ LIVE
Last Updated : Jun 18, 2024, 9:32 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.