ପୁରୀକୁ ଗଡ଼ିଲା 315 ଟ୍ରେନ, କଟକରେ ଶୁଭାରମ୍ଭ କଲେ ସାଂସଦ ଭର୍ତ୍ତୃହରି - Special Train for Ratha Yatra - SPECIAL TRAIN FOR RATHA YATRA
🎬 Watch Now: Feature Video
Published : Jul 6, 2024, 10:44 PM IST
କଟକ: ପୁରୀ ରଥଯାତ୍ରା ପାଇଁ ଗଡ଼ିଲା ଟ୍ରେନ । ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଓ ପଡୋଶୀ ରାଜ୍ୟ ମାନଙ୍କରୁ ପୁରୀ ଅଭିମୁଖେ ଯିବା ପାଇଁ ଆଶା କରୁଥିବା ଯାତ୍ରୀଙ୍କ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଚଳିତବର୍ଷ ଏହି ସୁବିଧା କରାଯାଇଛି । ମୋଟ 315ଟି ଟ୍ରେନ ଆଜିଠୁ ପୁରୀ ଯାତ୍ରା କରିବା ଆରମ୍ଭ କରିଛି । ଏହିକ୍ରମରେ ଆଜି କଟକ ରେଳ ଷ୍ଟେସନରେ ଟ୍ରେନର ଶୁଭାରମ୍ଭ କରିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ।
ସାଂସଦଙ୍କ କହିବାନୁଯାୟୀ, ବିଗତ ବର୍ଷ ମାନଙ୍କରେ ଟ୍ରେନ ଟ୍ରାକର ଅଭାବ ଯୋଗୁଁ ଅଧିକାଂଶ ଟ୍ରେନ ପୁରୀ ରଥଯାତ୍ରା ସମୟରେ ଯାତ୍ରା କରିପାରୁ ନଥିଲେ । ଯାହା ଫଳରେ ଲୋକମାନେ ନିଜର ଗାଡି ମାଧ୍ୟମରେ ଶ୍ରୀକ୍ଷତ୍ର ଯାତ୍ରା କରୁଥିଲେ । ହେଲେ ସମୟ ବଦଳିବା ସହ ରେଳବାଇ ରେଳ ଟ୍ରାକ ସମ୍ପ୍ରସାରଣ କରିଛନ୍ତି । ଫଳରେ ବର୍ତ୍ତମାନ ରାଜ୍ୟର କୋଣ ଅନୁକୋଣରୁ ଭକ୍ତ ଓ ଶ୍ରଦ୍ଧାଳୁ ବିନା ଦ୍ଵିଧାରେ ପୁରୀ ଯାତ୍ରା କରିପାରିବେ । ଏହାଦ୍ୱାରା ସରକାରୀ ଗାଡି ଉପରେ ଲୋକଙ୍କ ବିଶ୍ୱାସ ଆସିବା ସହ ପ୍ରଦୂଷଣ ମୁକ୍ତ ରଥଯାତ୍ରା ଅନୁଷ୍ଠିତ ହୋଇପାରିବ ବୋଲି କହିଛନ୍ତି ସାଂସଦ । ଶହଶହ ବ୍ୟକ୍ତିଗତ କାର ବାଇକ ରଥଯାତ୍ରା ସମୟରେ ପୁରୀ ଜିଲ୍ଲାକୁ ଯାଇଥାଏ । ଯାହା ଫଳରେ ପ୍ରଦୂଷଣ ହେବା ସ୍ୱାଭାବିକ । ତେଣୁ ରେଳବାଇର ଏହି ପ୍ରୟାସ ବେଶ ସ୍ୱାଗତ ଯୋଗ୍ୟ ହୋଇଥିବା ବେଳେ ଏହାର ଯଥେଷ୍ଟ ଲାଭ ଉଠାଇ ପାରିବେ ପ୍ରତ୍ୟକ ବର୍ଗର ବ୍ୟକ୍ତିବିଶେଷ ବୋଲି କହିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ ।
ଇଟିଭି ଭାରତ, କଟକ