ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇଁ ସମ୍ବଲପୁର ଚିଡ଼ିଆଖାନା ସ୍ୱତନ୍ତ୍ର ବ୍ୟବସ୍ଥା - Sambalpur Zoo Preparation - SAMBALPUR ZOO PREPARATION

🎬 Watch Now: Feature Video

thumbnail

By ETV Bharat Odisha Team

Published : May 30, 2024, 6:47 AM IST

Sambalpur Zoo Preparation: ସମ୍ବଲପୁର: ତତଲା ତାୱାରେ ସମ୍ବଲପୁର ସହର । ବର୍ତ୍ତମାନ ସମ୍ବଲପୁର ସହର ରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଫଳରେ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ସମ୍ବଲପୁର ସହର ରେ ତାପମାତ୍ରା ବର୍ତ୍ତମାନ 46 ଡିଗ୍ରୀ ପାଖା ପାଖି ରହୁଛି  । ଏଥିପାଇଁ ସମ୍ବଲପୁର ସହର ସ୍ଥିତ ଚିଡ଼ିଆ ଖାନାରେ ଥିବା ପଶୁ ପକ୍ଷୀ ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଗ୍ରୀଷ୍ମ ପ୍ରବାହରୁ ପଶୁ ପକ୍ଷୀଙ୍କୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି  । 

ଏହା ମଧ୍ୟ ପଢନ୍ତୁ ... ରାଜ୍ୟକୁ ଲେଉଟିଛି ତାତି, ସ୍ଥିତି ଆହୁରି ହେବ ସାଙ୍ଘାତିକ - Odisha Weather

ସମ୍ବଲପୁର ଚିଡିଆଖାନା ରେ 27 ଟି ଖୁଆଡ଼ ଥିବା ବେଳେ ସବୁ ଖୁଆଡ଼ ଉପରେ ନଡା ଛାଉଣୀ ସହ ତାଟି ଦିଆ ଯାଇଛି  । ପକ୍ଷୀ ମାନଙ୍କ ଖୁଆଡ଼ରେ ଦିନ 10 ଟାରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ପାଣି ସିଞ୍ଚନ କରାଯାଉଛି । କଲରାପତରିଆ ବାଘ ଓ ଭାଲୁ ପାଇଁ କୁଳର ର ବ୍ୟବସ୍ଥା ହୋଇଛି । ପ୍ରବଳ ଗରମ ରୁ ନିସ୍ତାର ପାଇଁ ଭାଲୁକୁ ବରଫ ଦିଆ ଯାଉଛି । ବାଘ ଓ ଭାଲୁ ସେଡ ଉପରେ ନଡା ଛାଉଣୀ ଦିଆଯାଇଛି । ହରିଣ ମାନଙ୍କ ଛାଉଣୀରେ ପର୍ଯ୍ୟାପ୍ତ ପାଣିରେ ବ୍ୟବସ୍ଥା କରାଯାଇଛି  । ପକ୍ଷୀ ଓ ତୃଣ ଭୋଜି ପ୍ରାଣୀଙ୍କ ପାଇଁ ବିଭିନ୍ନ ପ୍ରକାର ଫଳ ଯଥା ତରଭୁଜ,ସେଓ,ଅଙ୍ଗୁର, କଦଳୀ ସହ ଆଖୁ ରସ ଦିଆ ଯାଉଛି । ଏନେଇ ହୀରାକୁଦ ବନ୍ୟପ୍ରାଣୀ DFO ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି ।  

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.