ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି, ଭଗବାନଙ୍କୁ ଦେଖି ଭକ୍ତ ଭାବବିହ୍ବଳ - Snana Yatra 2024

By ETV Bharat Odisha Team

Published : Jun 22, 2024, 10:26 AM IST

thumbnail
Snana Yatra 2024 (ETV BHARAT ODISHA)

ପୁରୀ: ସ୍ନାନଯାତ୍ରା ଅବସରରେ ରତ୍ନବେଦୀରୁ ଆସି ସ୍ନାନବେଦୀରେ ବିରାଜିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ । ସ୍ନାନମଣ୍ଡପରେ ଭଗବାନଙ୍କୁ ଦେଖି ଭକ୍ତ ବିଭୋର । କାଳିଆର ଚକା ଆଖିରେ ଆଖି ମିସାଇଛନ୍ତି ଭକ୍ତ । କାଳିଆକୁ ଅତି ପାଖରୁ ଦେଖି ଖୁସିରେ ନାଚୁଛନ୍ତି ଭକ୍ତ । ଲକ୍ଷାଧିକ ଭକ୍ତ ସ୍ନାନଯାତ୍ରା ଅବସରେ ପୁରୀ ଆସିଛନ୍ତି । ମଙ୍ଗଳ ଆଳତୀ ପରେ ମଇଲମ ନୀତି ଓ ତାପରେ  ତଡପ ଲାଗି ନୀତି, ଅଧର ପୋଛା ନୀତି ଶେଷ ହୋଇଛି ।  ୧୦.୨୦ରେ ଅବକାଶ ନୀତି ଅନୁଷ୍ଠିତ ହେବ ।  ୧୦.୩୦ରେ ରୋଷହୋମ, ୧୦.୫୫ରେ ସୂର୍ଯ୍ୟପୂଜା ହେବ ।  ୧୨.୨୦ରୁ ୧.୪୫ ମଧ୍ୟରେ ଜଳ ବିଜେ, ପୂଜା ଓ ସ୍ନାନ ନୀତି କରାଯିବ । ଆଜି ୧୦୮ କଳସୀ ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ । ୩୫ ଗରା ଜଳରେ ଜଗନ୍ନାଥଙ୍କୁ, ୩୩ ଗରା ବଳଭଦ୍ରଙ୍କୁ, ୨୨ ଗରା ଦେବୀ ସୁଭଦ୍ରା ଓ ୧୮ ଗରା ସୁଦର୍ଶନଙ୍କୁ ସ୍ନାନ କରାଯାଏ । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.