ସ୍ନାନବେଦୀରେ କାଳିଆ: ଚକାଆଖି ଦେଖି ଭାବବିହ୍ୱଳ ଭକ୍ତ - Snana Yatra 2024

By ETV Bharat Odisha Team

Published : Jun 22, 2024, 12:17 PM IST

thumbnail
Snana Yatra 2024 (ETV Bharat Odisha)

Snana Yatra 2024 ପୁରୀ: ସ୍ନାନବେଦୀରେ ଶ୍ରୀଜିଉ । ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀଜଗନ୍ନାଥ ମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି । ପ୍ରତିଦିନ ତିନିଠାକୁର ପ୍ରତିବିମ୍ୱ ସ୍ନାନ କରୁଥିବା ବେଳେ ବର୍ଷକରେ ମାତ୍ର ଗୋଟିଏ ଦିନ ପ୍ରତ୍ୟେକ୍ଷ ସ୍ନାନ କରିବେ । ୧୦୮ ଗରା ସୁବାସିତ ଶୀତଳ ଜଳରେ ସ୍ନାନ କରିବେ ଚତୁର୍ଦ୍ଧା ବିଗ୍ରହ । ଏନେଇ ଆଜି ଭୋରରୁ ନୀତି ଆରମ୍ଭ ହୋଇଯାଇଛି । ଧାଡି ପହଣ୍ଡି କରାଯାଇ ଚତୁର୍ଦ୍ଧାମୂର୍ତ୍ତିକୁ ରତ୍ନବେଦୀରୁ ସ୍ନାନବେଦୀକୁ ଅଣାଯାଇଛି । ସ୍ନାନବେଦୀରେ ଭଗବାନଙ୍କୁ ଦର୍ଶନ କରିବା ନିମନ୍ତେ ଲକ୍ଷାଧିକ ଭକ୍ତ ପୁରୀ ଆସିଛନ୍ତି । ଧାଡିରେ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଭକ୍ତ  । ଜନସମୁଦ୍ର ପାଲଟିଛି ବଡଦାଣ୍ଡ । ଚକାଆଖିକୁ ଦେଖି ଭାବବିହ୍ୱଳ ହୋଇପଡିଛି ଭକ୍ତ । ରାଜ୍ୟ ବାହାରୁ ମଧ୍ୟ ଅନେକ ଭକ୍ତ ଭଗବାନଙ୍କ ଦର୍ଶନ ନିମନ୍ତେ ଆସିଛନ୍ତି । ମହାପ୍ରଭୁଙ୍କ ଦର୍ଶନ କରି ବିଶ୍ୱବାସୀଙ୍କ କଲ୍ୟାଣ କାମନା କରିଛନ୍ତି ଶ୍ରଦ୍ଧାଳୁ  । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.