ଛେରା ପହଁରା କଲେ ଗଜପତି ମହାରାଜା, ଚାଲିଛି ଗଜାନନ ବେଶ ପ୍ରସ୍ତୁତି - snana yatra 2024

By ETV Bharat Odisha Team

Published : Jun 22, 2024, 4:19 PM IST

thumbnail
SNANA YATRA (@IPR_Odisha)

ପୁରୀ: ଗରାବଡ଼ୁ ସେବକଙ୍କ ଦ୍ୱାରା କରାଯାଉଛି ଜଳ ବିଜେ ନୀତି । ଏହା ପରେ ଗଜପତି ମହାରାଜା ଦିବ୍ୟ ସିଂହଦେବଙ୍କ ଦ୍ବାରା ଛେରା ପହଁରା ନୀତି ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନ ଶ୍ରୀଜିଉଙ୍କ ଗଜାନନ ବେଶ ପାଇଁ ପ୍ରସ୍ତୁତି ଚାଲିଛି । କିଛି ସମୟ ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦୁର୍ଲଭ ବେଶ ଦର୍ଶନ କରିବେ ଭକ୍ତ । ମହନ୍ତ ଶାଢୀବନ୍ଧା ପରେ ୫.୪୫ରୁ ୭.୨୦ ଘଣ୍ଟଛତା ସକାଳ ଧୂପ ନୀତି କରାଯିବ । ଏହାମଧ୍ୟରେ ସନ୍ଧ୍ୟା ୬.୩୦ରେ ଦକ୍ଷିଣିଘର ଭୋଗ, ସନ୍ଧ୍ୟା ୭.୩୦ରୁ ୧୦.୩୦ ମଧ୍ୟରେ ସାହାଣମେଲା, ରାତି ୧୧ଟାରେ ହାତୀବେଶ ମଇଲମ, ୧୧.୧୦ ପୁଷ୍ପାଞ୍ଜଳୀ ଓ ଡୋରଲାଗି , ୧୧.୩୦ରୁ ୨ଟା ମଧ୍ୟରେ ବାହୁଡା ପହଣ୍ଡି ଓ ଶେଷରେ ରାତି ୨.୩୦ରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି ଅନୁଷ୍ଠିତ ହେବ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.