ଥାନା ବାବୁ ଦେଖୁଥିଲେ ସାପ ଖେଳ, ସାପ ଦଂଶନରେ ସାପୁଆ ମୃତ - Snake catcher died - SNAKE CATCHER DIED
🎬 Watch Now: Feature Video
Published : Jun 25, 2024, 10:44 AM IST
ସୁବର୍ଣ୍ଣପୁର: ଥାନାରେ ସାପ ଖେଳାଉଥିଲେ ସାପୁଆ । ମଜା ନେଉଥିଲେ ପୋଲିସ କର୍ମଚାରୀ । କେହି ଅଟକାଇବା ବଦଳରେ ଭିଡିଓ ସୁଟିଂ କରୁଥିଲେ । ଶେଷରେ ନାଗ ସାପ ସହ ଖେଳିବା ମହଙ୍ଗା ପଡିଲା । ସାପ ଖେଳରୁ ଶେଷ ହୋଇଗଲା ଜୀବନ । ବିଷଧର ନାଗ ସାପ ଦଂଶନରେ ସାପ ଧରାଳିଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବିରମହାରାଜପୁର ଥାନା ପରିସରରେ । ମୃତକ ଜଣଙ୍କ ହେଉଛନ୍ତି ମେଣ୍ଡାମାଳ ଗାଁର ଗୌର କୁମ୍ଭାର । ଥାନାରେ ଏହି ବିପଦଜନକ ଖେଳ ବେଳେ କାହିଁକି ସାପୁଆଙ୍କୁ ପୋଲିସ କର୍ମଚାରୀ ଅଟକାଇଲେ ନାହିଁ ସେନେଇ ପ୍ରଶ୍ନ ଉଠିଛି ।
ଏହା ମଧ୍ୟ ପଢନ୍ତୁ-ବିଷାକ୍ତ ସାପ କାମୁଡାରେ ଗଲା ଅଙ୍ଗନବାଡ଼ି ଦିଦିଙ୍କ ଜୀବନ
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଚମ୍ପାମଳ ଗାଁର ଜଣଙ୍କ ଘରୁ ଏକ ନାଗ ସାପ ବାହାରିଥିଲା । ସାପ ଧରିବା ପାଇଁ ମେଣ୍ଡାମାଳ ଗୌର କୁମ୍ଭାରଙ୍କୁ ଖବର ଦିଆୟାଇଥିଲା । ସେ ସାପକୁ ଉଦ୍ଧାର କରି ଏକ ପ୍ଲାଷ୍ଟିକ ଜାରରେ ଭର୍ତ୍ତି କରିବା ପରେ ବୀରମହାରାଜପୁର ଥାନାରେ ପହଞ୍ଚିଥିଲେ । ଏହାପରେ ସେଠାରେ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ଆଗରେ ସାପଟିକୁ ପ୍ଲାଷ୍ଟିକ ଜାରରୁ ବାହାର କରି ଖେଳାଇଥିଲେ । ପୁଣି ପ୍ଲାଷ୍ଟିକ ଡବା ଭିତରେ ସେ ସାପଟିକୁ ପୁରାବା ସମୟରେ ଦଂଶନର ଶିକାର ହୋଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ପୋଲିସ କର୍ମଚାରୀ ମାନେ ପୋଲିସ ଭ୍ୟାନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଗୌରଙ୍କୁ ମୃତ ଘୋଷଣା କରିଥିଲେ ।
ଇଟିଭି ଭାରତ, ସୁବର୍ଣ୍ଣପୁର