ମହଙ୍ଗା ମାଡ଼ରେ ଖାଉଟି ଚେପା, ପରିବା ଦରରେ ଲାଗୁନି ବ୍ରେକ - VEGETABLE PRICE IN ROURKELA

By ETV Bharat Odisha Team

Published : Aug 1, 2024, 9:27 PM IST

thumbnail

INCREASE VEGETABLE PRICE: ରାଉରକେଲା: ଆକାଶ ଛୁଆଁ ହେବାରେ ଲାଗିଛି ଆଳୁ ଏବଂ ପିଆଜ ଦର । ରାଉରକେଲା ସହରରେ କେଜି ପିଛା 40 ରୁ 45 ଲେଖାଏଁ ଆଳୁ ଏବଂ ପିଆଜ ବିକ୍ରି ହେଉଛି । ଖାଉଟିଙ୍କ ପକେଟକୁ ସିଧାସଳଖ ମାଡ଼ ହେଉଛି । ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଦର ଅନିଶ୍ଚିତତା ମଧ୍ୟରେ ବଢିବ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଲୋକେ । ପିଆଜ ଦର ବର୍ତ୍ତମାନ ଧିରେ ଧିରେ ଆକାଶ ଛୁଆଁ ହେବାରେ ଲାଗିଛି । ହୋଲସେଲ ଠାରୁ ନେଇ ଖୁଚୁରା ବେପାରୀ ସବୁଠାରେ ପିଆଜ ଏବଂ ଆଳୁର ଦର ଅଧିକ ରହିଥିବା କହିଛନ୍ତି ଲୋକେ ।

ଏନେଇ ବେପାରୀ କହିଛନ୍ତି ଯେ , ଆଳୁ ଏବଂ ପିଆଜ ବର୍ତ୍ତମାନ ସୁଦ୍ଧା ମାର୍କେଟକୁ ଭଲ ଭାବରେ ସପ୍ଲାଇ ହେଉନାହିଁ । ତେଣୁ ଅଭାବ ଦେଖା ଦେଇଥିବାରୁ ଏହାର ଦର ବୃଦ୍ଧି ପାଇଛି । ଗତ ଦୁଇ ମାସ ଧରି ଏଭଳି ପରିବା ଦର ବୃଦ୍ଧି ରାଉରକେଲାବାସୀଙ୍କୁ ବିଚଳିତ କରିବା ସହ ସେମାନଙ୍କ ଘରୋଇ ବଜେଟକୁ ଆଘାତ ଲାଗିଛି । ଲୋକେ ବର୍ତ୍ତମାନ ଆଳୁ ଏବଂ ପିଆଜ ନେବାକୁ ପଛଘୁଞ୍ଚା ଦେଉଛନ୍ତି ବୋଲି କହିଛନ୍ତି ବେପାରୀ ।

ଏହା ମଧ୍ୟ ପଢନ୍ତୁ....ପରିବା ମାର୍କେଟରେ ନିଆଁ; ହୁ ହୁ ହୋଇ ବଢ଼ୁଛି ଦର, ଚିନ୍ତାରେ ଖାଉଟି - Vegetable Price Hike   

ଇଟିଭି ଭାରତ,ରାଉରକେଲା  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.