ସରିଲା ଦେବଦମ୍ପତିଙ୍କ ବିବାହ, ଅପୂର୍ବ ରୂପ ଦର୍ଶନ କଲେ ଶ୍ରଦ୍ଧାଳୁ - bhubaneswar sital sasthi 2024 - BHUBANESWAR SITAL SASTHI 2024
🎬 Watch Now: Feature Video
Published : Jun 12, 2024, 9:03 AM IST
SHITAL SASTHI 2024: ଭୁବନେଶ୍ବର: ସରିଲା ମହାପ୍ରଭୁ ଲିଙ୍ଗରାଜ ଓ ମାତା ଗୌରୀଙ୍କ ବିବାହ । ଏହି ଦେବଦମ୍ପତିଙ୍କ ଅପୂର୍ବ ରୂପ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ମର୍ତ୍ତ୍ୟରେ ମହାପ୍ରଭୁ ଲିଙ୍ଗରାଜ ଓ ମାତା ଗୌରୀଙ୍କ ଏହି ଦେବ ଦୁର୍ଲଭ ବାହାଘରକୁ ନେଇ ଭକ୍ତଙ୍କ ଗହଣରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଥିଲା । ତାଙ୍କ ସହ ରହିଛନ୍ତି ଦୋଳଗୋବିନ୍ଦ । ମହାପ୍ରଭୁ ଲିଙ୍ଗରାଜ ଓ ମାତା ଗୌରୀଙ୍କ ବିବାହ ଉତ୍ସବକୁ ନେଇ ଉତ୍ସବ ମୁଖର ହୋଇ ଉଠିଥିଲା ଭୁବନେଶ୍ୱର କେଦାରଗୌରୀ ମନ୍ଦିର । ଗତ ସୋମବାର ସନ୍ଧ୍ୟାରେ ଶୀତଳ ଷଷ୍ଠୀ ଅବସରରେ ବର ବେଶରେ ସୁସଜ୍ଜିତ ହୋଇ ବାଜା,ବାଣ ସହ ବିଭିନ୍ନ ପଟୁଆରରେ ମହାପ୍ରଭୁ ଲିଙ୍ଗରାଜ କେଦାର ଗୌରୀ ମନ୍ଦିରକୁ ଆସିଥିଲେ । ସେଠାରେ ଦେବଦମ୍ପତିଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ପାରମ୍ପାରିକ ରୀତିନୀତି ସହ ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ ହୋଇଥିଲା । ମାତା ପାର୍ବତୀଙ୍କ ସହ ଲିଙ୍ଗରାଜଙ୍କ ହାତଗଣ୍ଠି ପଡିଥିଲା । ସିନ୍ଦୁର ପିନ୍ଧାଇ କଉଡ଼ି ଖେଳି ହିନ୍ଦୁ ରୀତିନୀତିରେ ବାହାଘର ହୋଇଥିବା ବେଳେ ସକାଳୁ ଉଭୟ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଦେବ ଦମ୍ପତିଙ୍କ ବିବାହ ପାଇଁ ଶ୍ରୀଲିଙ୍ଗରାଜ ଓ କେଦାର ମନ୍ଦିରକୁ ସୁସଜ୍ଜିତ କରାଯାଇଥିଲା । ସଜେଇ ହୋଇଥିଲେ ମା' ପାର୍ବତୀ । ଏହି ଦେବ ବିବାହକୁ ମନ୍ଦିର ପ୍ରଶାସନ, ସେବାୟତ ନିଯୋଗ ,ପ୍ରତିନିଧି, ସେବାୟତ ଓ ସ୍ଥାନୀୟ ପୋଲିସର ସହାୟତାରେ ଶୃଙ୍ଖଳିତ ଭାବେ ସମ୍ପାଦନା କରାଯାଇଛି ।
ଏହା ମଧ୍ୟ ପଢନ୍ତୁ ......ବିବାହ ବନ୍ଧନରେ ବାନ୍ଧି ହେଲେ ଦେବ ଦମ୍ପତି, କାଲି ମନ୍ଦିର ବିଜେ - Sital Sasthi 2024
ଇଟିଭି ଭାରତ, ଭୁବନେଶ୍ବର