ରାସ୍ତା ବିବାଦକୁ ନେଇ ତହସିଲ ଅଫିସ୍ ଘେରିଲେ ଗ୍ରାମବାସୀ - Sinkol Road problem

By ETV Bharat Odisha Team

Published : Jun 21, 2024, 10:38 AM IST

thumbnail
Dhenkanal Road construction issue (ETV Bharat Odisha)

Dhenkanal Road construction issue: ଢେଙ୍କାନାଳ: ରାସ୍ତା ବିବାଦକୁ ନେଇ ତହସିଲ ଅଫିସ ଘେରିଲେ ଗ୍ରାମବାସୀ  । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ NAC ଅନ୍ତର୍ଗତ 15 ନମ୍ବର ୱାର୍ଡ ଆଲୁସିଂ ଏବଂ ସିଙ୍କୋଳ ଗ୍ରାମ ମଧ୍ୟରେ PWD ରାସ୍ତା ନିର୍ମାଣକୁ ନେଇ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଛି  । ହିନ୍ଦୋଳରୁ ସିଙ୍କୋଳ ପର୍ଯ୍ୟନ୍ତ 8.2କି.ମି. ପୂର୍ତ୍ତ ବିଭାଗ ତରଫରୁ ରାସ୍ତା ଅନୁମୋଦନ ହୋଇ କାମ ଚାଲୁ ରହିଛି । ମାତ୍ର ଆଲୁସିଂ ଗ୍ରାମବାସୀ ଏହି ରାସ୍ତାକୁ ନିଜ ଅଧୀନରେ ରଖି ରାସ୍ତା କାର୍ଯ୍ୟକୁ ବିରୋଧ କରୁଥିବା ଦେଖିବାକୁ ମିଳିଛି  ।

ଏହାମଧ୍ୟ ପଢନ୍ତୁ.. କେବେ ହେବ ଶ୍ରାକୁଡି ଘାଟି ରାସ୍ତା ନିର୍ମାଣ ? 5 ବର୍ଷ ଧରି ଦାବି ହୋଇଆସୁଥିଲେ ପ୍ରଶାସନ ଚୁପ୍ ! - SRAKUDI GHATI ROAD PROBLEM


ଆଜିକୁ ପ୍ରାୟ 8 ମାସ ହେବ ରାସ୍ତାକୁ ସମ୍ପୂର୍ଣ୍ଣ କରିବା ପାଇଁ ସିଙ୍କୋଳ, ବଡ଼ଗୁଜ ଗ୍ରାମବାସୀ ହିନ୍ଦୋଳ ତହସିଲଦାରଙ୍କୁ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି  । ବାରମ୍ବାର ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନ ହେବାରୁ ଗୁରୁବାର ଦିନ ହିନ୍ଦୋଳ ଉପଜିଲ୍ଲାପାଳ ଅଫିସ ଏବଂ ତହସିଲ ଅଫିସ ସମ୍ମୁଖରେ ଅନଶନରେ ବସିଥିଲେ ଗ୍ରାମବାସୀ । ତେବେ ଘଟଣାସ୍ଥଳରେ ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନରୁ ହଟିଥିଲେ ଗ୍ରାମବାସୀ ।
 

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.