ଧୁମଧାମରେ ସମ୍ପନ୍ନ ହେଲା ଶିବ ବିବାହ - kendrapara shital sasthi - KENDRAPARA SHITAL SASTHI

🎬 Watch Now: Feature Video

thumbnail

By ETV Bharat Odisha Team

Published : Jun 12, 2024, 12:44 PM IST

KENDRAPARA SHITAL SASTHI: କେନ୍ଦ୍ରାପଡ଼ା: ଯୋଡି ମହୁରୀ ସାଙ୍ଗକୁ ବାହାଘର ବାଜା । ବ୍ରାହ୍ମଣଙ୍କ ବେଦମନ୍ତ୍ର ପାଠ ସାଙ୍ଗକୁ ରଙ୍ଗ ବେରଙ୍ଗ ଆତସବାଜୀରେ ସମ୍ପନ୍ନ ହେଲା ବାହାଘର ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ । କୋଭିଡ ମହାମାରୀ ପରେ ଦେବଦମ୍ପତିଙ୍କ ବାହାଘର ଦେଖିବାକୁ କାହିଁ କେତେ ଭିଡ଼ ଲାଗିରହିଛି । ଦେବଦେବ ମହାଦେବ ଏବଂ ଜଗତପାଳିନୀ ମା' ପାର୍ବତୀ ଦେବୀଙ୍କର ବାହାଘର । ୨୦୧୦ ମସିହାରେ ସମ୍ବଲପୁରରେ ଅନୁଷ୍ଠିତ ଶୀତଳଷଷ୍ଠୀକୁ ଅନୁସରଣ କରି କେନ୍ଦ୍ରାପଡ଼ା ଗୋପ ଅଞ୍ଚଳର ଅମରେଶ୍ୱର ମହାଦେବଙ୍କ ମନ୍ଦିରରେ ଦେବଦମ୍ପତ୍ତିଙ୍କ ବିବାହ ଉତ୍ସବ କରିବା ପାଇଁ ସ୍ଥାନୀୟ କିଛି ଜନସାଧାରଣ ସ୍ଥିର କରିଥିଲେ । ଶ୍ରୀକ୍ଷେତ୍ରରର କ୍ଷେତ୍ରାଧିପତୀ ଅଲାରନାଥଙ୍କ ଭଳି ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଅମରେଶ୍ୱର ମହାଦେବ କ୍ଷେତ୍ରାଧିପତି ଅଟନ୍ତି ।

ତେବେ ଦେବତାଙ୍କ ଏହି ବାହାଘର ପାଇଁ ଚଳିତ ବର୍ଷ ଖୁବ ଆଡମ୍ବର ସହ ଆୟୋଜନ କରିଥିଲେ କମିଟି ସଦସ୍ୟ । ଦେବାଦେବୀଙ୍କ ବିବାହରେ ମାନବ ସମାଜ କନ୍ୟା ଓ ବରପିତା ହେବା ଖୁବ ଭାଗ୍ୟର କଥା ବୋଲି କହିଛନ୍ତି ଉଭୟ ବର ଓ କନ୍ୟା ପିତା ଦାୟିତ୍ୱ ନିର୍ବାହ କରୁଥିବା ମନ୍ଦିର ପୂଜକ ଏବଂ ସ୍ଥାନୀୟ ବାସିନ୍ଦା । ମହାକାଳ ଶିବ ଏବଂ ମହାଶକ୍ତି ଶିବାଙ୍କ ବିବାହ ପୂର୍ବରୁ ପଶ୍ଚିମ ଓଡିଶାର ଏକ ଗଣପର୍ବ ଭାବେ ପାଳିତ ହୋଇ ଆସୁଥିବା ବେଳେ ପ୍ରାୟ କିଛି ବର୍ଷ ହେବ ଦେବାଦେବୀଙ୍କ ବିବାହ ପାଇଁ ଚଳଚଞ୍ଚଳ ହୋଇ ଆସୁଛି ଉପକୂଳ ଓଡ଼ିଶା ।
ଏହା ମଧ୍ୟ ପଢନ୍ତୁ ....ଶ୍ରୀମନ୍ଦିରରେ ପବିତ୍ର ଶୀତଳଷଷ୍ଠୀ, ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ଼ - PURI SHITAL SASTHI

ଇଟିଭି ଭାରତ ,କେନ୍ଦ୍ରାପଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.