thumbnail

By ETV Bharat Odisha Team

Published : Jan 25, 2024, 11:05 AM IST

ETV Bharat / Videos

ପାରାଦ୍ବୀପରୁ ଆହତ ହରିଣ ଉଦ୍ଧାର, କୁକୁରପଲ କରିଥିଲେ ଆକ୍ରମଣ

ପାରାଦ୍ବୀପ: ପାରାଦ୍ବୀପ ପିଆଇସିଟି କମ୍ପାନୀ ୫ନଂ ଗେଟ୍ ନିକଟରେ ଗୁରୁତର ଅବସ୍ଥାରେ ଏକ ହରିଣ ଉଦ୍ଧାର । କମ୍ପାନୀରେ କାର୍ଯ୍ୟ ସାରି ଫେରୁଥିବା ଶ୍ରମିକ ମାନେ କୁକୁର ପଲଙ୍କ ମଧ୍ୟରେ ଫସି ରହିଥିବା ହରିଣ ଟିକୁ ଉଦ୍ଧାର କରି କୁଜଙ୍ଗ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି । ତେବେ ହରିଣ କୁକୁର କାମୁଡାରେ ମୁଣ୍ଡ ଓ ବେକ କ୍ଷତ ହେବା ସହ ଅତ୍ୟଧିକ ରକ୍ତ ସ୍ରାବ ହୋଇଥିବାରୁ ଖବରପାଇ ପହଞ୍ଚି ଥିବା ବନବିଭାଗ ପକ୍ଷରୁ ଡାକ୍ତରଙ୍କ ଦ୍ଵାରା ହରିଣର ଚିକିତ୍ସା କରାଯାଇ ନିଜ ହେପାଜତରେ ରଖାଯାଇଛି । ସୁସ୍ଥ ହେବା ପରେ ହରିଣଟିକୁ କୁଜଙ୍ଗ ତଣ୍ଡା ଜଙ୍ଗଲରେ ଛାଡି ଦିଆ ଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । 

ଏହା ମଧ୍ୟ ପଢନ୍ତୁ ... ଡିଅର ପାର୍କରୁ ହରିଣ ସ୍ଥାନାନ୍ତର ନେଇ ବିଜେପିର ପ୍ରତିବାଦ

ତେବେ କୁକୁର କାମୁଡାରେ ହରିଣର ବେକ ଛିଡି ଯାଇଥିବା ସ୍ଥାନରେ ୮ଟି ଷ୍ଟିଚ୍ ପଡିଥିବା ଥିବା ଜଣାପଡିଛି । ତେବେ ଢିଙ୍କିଆ, ତ୍ରିଲୋଚନପୁର ଓ ନୂଆଗାଁ ଅଞ୍ଚଳରେ ଥିବା ଜଙ୍ଗଲରୁ ବାଟ ହୁଡି ହରିଣଟି ଚାଲି ଆସିଥିବା କୁହାଯାଉଥିବା ବେଳେ ଖବରପାଇ ପାରାଦୀପ ସିଆଇଏସ୍ଏଫ୍ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ତେବେ ଗୁରୁତର ଥିବା ହରିଣର ଚିକିତ୍ସା କରାଯାଇ କୁଜଙ୍ଗ ବନବିଭାଗକୁ ହସ୍ତାନ୍ତର କରାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.