thumbnail

ହିଂସାକାଣ୍ଡ ପରେ କଡ଼ା ସୁରକ୍ଷା ବଳୟରେ ହାଲଦୱାନି

By ETV Bharat Odisha Team

Published : Feb 11, 2024, 2:13 PM IST

Haldwani Violence: ଡେରାଡୁନ: ହାଲଦୱାନିରେ ବେଆଇନ ନିର୍ମାଣ ଉଚ୍ଛେଦବେଳେ ହିଂସାକାଣ୍ଡ ଘଟଣା । ଏହି ହିଂସାକାଣ୍ଡକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ହାଇଆଲର୍ଟ ଜାରି କରିଛନ୍ତି ସରକାର । ଯାହାକୁ ନେଇ ବିଭିନ୍ନ ସ୍ଥାନରେ ହାଇଆଲର୍ଟ ଜାରି କରାଯାଇଥିବାବେଳେ ପଇଁତରା ମାରୁଛନ୍ତି ପୋଲିସ । ତେବେ ହିଂସାକାଣ୍ଡରେ ଶତାଧିକ ପୋଲିସ ଆହତ ହୋଇଥିଲେ । ଅପ୍ରୀତିକର ପରିସ୍ଥିତରୁ ଦୂରେଇ ରହିବାକୁ ଜିଲ୍ଲାରେ ଇଣ୍ଟରନେଟ ସେବାକୁ ବନ୍ଦ କରାଯିବା ସହ ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ଘୋଷଣା କରାଯାଇଥିଲା । ଏହି ଘଟଣାକୁ ନେଇ ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ...ଉଗ୍ରରୂପ ନେଉଛି ହାଲଦୱାନି ହିଂସାକାଣ୍ଡ: ମୃତ୍ୟୁସଂଖ୍ୟା 4କୁ ବୃଦ୍ଧି, ଶହେ ପୋଲିସଙ୍କ ସମେତ 300 ଆହତ

ହାଲଦୱାନି ଅଞ୍ଚଳ ବର୍ତ୍ତମାନ ଶୂନଶାନ ରହିଛି । ସମସ୍ତେ ତାଟି କବାଟ ପକାଇ ଘରେ ରହିଛନ୍ତି । ବାହାରେ କେବଳ ମାଳ ମାଳ ପୋଲିସଙ୍କୁ ଦେଖିବାକୁ ମିଳୁଛି । ତେବେ ପୂର୍ବରୁ ଉଦବେଗଜନକ ସ୍ଥିତି ରହିଥିବାବେଳେ ବର୍ତ୍ତମାନ ସେଥିରେ ସୁଧାର ଆସୁଥିବା କୁହାଯାଉଛି । ହେଲେ ବିପଦ ସମ୍ପୂର୍ଣ୍ଣ ଟଳି ନାହିଁ । ପୁଣିଥରେ ଲୋକାରଣ୍ୟ ହାଲଦାନି ଅଞ୍ଚଳ ଜନଶୂନ୍ୟ ପାଲଟିଛି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.