thumbnail

By ETV Bharat Odisha Team

Published : Feb 6, 2024, 10:53 PM IST

ETV Bharat / Videos

ଭାରସାମ୍ୟ ହରାଇ ପୋଖରୀରେ ପଡ଼ିଗଲା ସ୍କୁଟି, ମୁଣ୍ଡରେ ଆଘାତ ଲାଗି ଚାଳକଙ୍କ ମୃତ୍ୟୁ

Scooter Rider died by an Accident: ରାଇରଙ୍ଗପୁର: ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶି ଗଲା ସ୍କୁଟି । ଫଳରେ ପୋଖରୀରେ ପଡ଼ି ସ୍କୁଟି ଚାଳକର ମୃତ୍ୟୁ ହୋଇଛି । ତେବେ ପୋଖରୀଟିରେ ପାଣି ନଥିଲା । କିନ୍ତୁ ପୋଖରୀରେ ପଡ଼ି ଯିବାରୁ ସ୍କୁଟି ଚାଳକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ମୃତ୍ୟୁ ଘଟିଛି । ଏପରି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନାର ତାଟୋ ବଡ଼ଙ୍ଗା ରାସ୍ତାର ନାକୁଡ଼ା ନିକଟରେ ଘଟିଛି । ମୃତ୍ୟୁ ବରଣ କରିଥିବା ସ୍କୁଟି ଚାଳକ ଜଣକ କରଞ୍ଜିଆ ଥାନା ଖାଲପୋଡା ଗ୍ରାମର ଲୁଲୁ ନାଏକ ବୋଲି ଜଣାପଡିଛି।  

ଏହା ମଧ୍ୟ ପଢ଼ନ୍ତୁ... ବଲାଙ୍ଗୀରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାଇକକୁ ପିଟିଲା ଭ୍ୟାନ ଦୁଇ ମୃତ

ସୂଚନା ଅନୁଯାୟୀ, ଲୁଲୁ କୌଣସି କାର୍ଯ୍ୟରେ ତାଟୋ ଗ୍ରାମକୁ ଆସିଥିଲେ । କାମ ସରିଲା ପରେ ସନ୍ଧ୍ୟା ସମୟରେ ସେ ନିଜ ସ୍କୁଟି ଯୋଗେ ନିଜ ଘରକୁ ଫେରୁଥିଲେ । ତାଟୋ ବଡ଼ଙ୍ଗା ରାସ୍ତାର ନାକୁଡ଼ା ନିକଟରେ ଭାରସାମ୍ୟ ହରାଇ ସ୍କୁଟି ସହ ଲୁଲୁ ପୋଖରୀ ମଧ୍ୟରେ ଖସି ପଡ଼ିଥିଲେ । ଦୁର୍ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ଥାରେ ଲୁଲୁଙ୍କୁ କରଞ୍ଜିଆ ମେଡିକାଲକୁ ଅଣା ଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏ ସମ୍ପର୍କରେ କରଞ୍ଜିଆ ଥାନା ପୋଲିସକୁ ଖବର ଦେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ କରଞ୍ଜିଆ ଡ଼ାକ୍ତରଖାନାକୁ ପଠାଇଛି । ତେବେ ଆସନ୍ତାକାଲି ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.