ଶ୍ରାବଣ ସୋମବାରରେ ଦର୍ଶନ କରନ୍ତୁ ବାବା ମହାକାଳଙ୍କର ଦିବ୍ୟ ଭସ୍ମଆଳତି; ଦିବ୍ୟ ଅର୍ଦ୍ଧନାରୀଶ୍ୱର ରୂପ - Baba Mahakala Bhasma alati

By ETV Bharat Odisha Team

Published : Jul 29, 2024, 11:30 AM IST

thumbnail
Baba Mahakala Bhasma alati (ETV Bharat Hindi)

Baba Mahakala Bhasma alati: ଭୋପାଳ: ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ସମସ୍ତ ଶୈବପୀଠରେ ଭକ୍ତଙ୍କ ଗହଳିଚହଳି ଲାଗି ରହିଛି  । ହର ହର ମହାଦେବ, ବୋଲ ବମ ନାରାରେ କମ୍ପୁଛି ମନ୍ଦିର ପରିସର । ହଜାର ହଜାର କାଉଡିଆ ମାନସିକ ପୂରଣ ନିମନ୍ତେ ପାଣି ଭାର କାନ୍ଧରେ ବୋହି ମହାଦେବଙ୍କୁ ଜଳ ଲାଗି କରୁଛନ୍ତି । ଭକ୍ତମୟ ହୋଇଉଠୁଛି ଶୈବପୀଠ । ଏହି ଅବସରରେ ମଧ୍ୟପ୍ରଦେଶ ଉଜ୍ଜୈନରେ ଅବସ୍ଥିତ ବିଶ୍ୱପ୍ରସିଦ୍ଧ ଶୈବପୀଠ ବାବା ମହାକାଳ ମନ୍ଦିରରେ ମଧ୍ୟ ଭକ୍ତଙ୍କ ଭିଡ ଲାଗି ରହିଛି । ହଜାର ହଜାର ଭକ୍ତ ଏହି ପବିତ୍ର ଦିନରେ ଶିବଙ୍କ ଦର୍ଶନ କରିବାକୁ ଲମ୍ବା ଲାଇନରେ ଛିଡା ହୋଇଛନ୍ତି  । ବିଳମ୍ବିତ ରାତିରୁ ଦର୍ଶନ ବ୍ୟବସ୍ଥା ଜାରି ରହିଛି । 

ଏହାମଧ୍ୟ ପଢନ୍ତୁ...ଶ୍ରାବଣ ଦ୍ବିତୀୟ ସୋମବାର, ଗୌରୀଶଙ୍କର ରୂପରେ ଦର୍ଶନ ଦେଲେ କାଶୀ ବିଶ୍ୱନାଥ - Kashi Biswanath Special Rituals

ରବିବାର ରାତି ୨.୩୦ରେ ମହାକାଳେଶ୍ବର ମନ୍ଦିରର ପୂଜାରୀ ପ୍ରଭୁ ମହାକାଳଙ୍କ ଜଳାଭିଷେକ ଓ ପଞ୍ଚାମୃତ ଅଭିଷେକ କରିଥିଲେ  । ଏହାପରେ ଏକ ସ୍ୱତନ୍ତ୍ର ରୂପରେ ମହାକାଳଙ୍କର ଶୃଙ୍ଗାର କରାଯାଇଥିଲା । ଶୃଙ୍ଗାର ପରେ ଭଗବାନ ମହାକାଳଙ୍କ ନିକଟରେ ଭସ୍ମ ଆଳତି କରାଯାଇଥିଲା  । ଏହାକୁ ଦେଖିବାକୁ ହଜାର ହଜାର ଭକ୍ତଙ୍କ ଭିଡ ଜମିଥିଲା । ଆଜିର ଦିନରେ ଭଗବାନଙ୍କ ଏକ ସ୍ୱତନ୍ତ୍ର ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି  । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.