thumbnail

By ETV Bharat Odisha Team

Published : Jun 6, 2024, 10:05 PM IST

ETV Bharat / Videos

ସାବିତ୍ରୀ ବ୍ରତ ପାଇଁ ଚଳଚଞ୍ଚଳ ମା' ବିରଜା ପୀଠ - SAVITRI AMAVASYA 2024

SAVITRI AMAVASYA 2024: ଯାଜପୁର: ଆଜି ପବିତ୍ର ସାବିତ୍ରୀ ବ୍ରତ । ସଧବା ନାରୀଙ୍କ ପାଇଁ ସ୍ୱତନ୍ତ୍ର ଦିନ । ଏଥିପାଇଁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜା ମନ୍ଦୀରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ମା' ବିରଜା ସାବିତ୍ରୀ ବେଶରେ ଦର୍ଶନ ଦେଉଛନ୍ତି । ଏଥିପାଇଁ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଭୋରରୁ ମା'ଙ୍କ ସ୍ୱତନ୍ତ୍ର ନୀତିକାନ୍ତି ସମ୍ପର୍ଣ୍ଣ ହୋଇଛି । ଆଜି ସଧବା ନାରୀମାନେ ବ୍ରତ ପାଳନ କଲେ ପତି ପରମେଶ୍ୱରଙ୍କର ଦୀର୍ଘାୟୁ ହେବାର ବିଶ୍ୱାସ ରହିଛି । ସେଥିପାଇଁ ସକାଳୁ ମହିଳାମାନେ ନୂତନ ଶାଢ଼ି ପିନ୍ଧି, ହାତରେ ଭୋଗ ଦୀପ, ନୈବେଦ୍ୟ ନେଇ ମା'ଙ୍କ ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହୋଇଛନ୍ତି । ସାବିତ୍ରୀ ନିଜର ନିଷ୍ଠା ଓ ସତିତ୍ୱ ପାଇଁ ନିଜ ସ୍ୱାମୀ ସତ୍ୟବାନଙ୍କୁ ଯମପୁରରୁ ଫେରାଇ ଆଣିବାକୁ ସକ୍ଷମ ହୋଇଥିଲେ । ଏହି ଦିନ ଶ୍ରଦ୍ଧାଳୁମାନେ ବିଭିନ୍ନ ପ୍ରକାରର ଭୋଗ ଅର୍ପଣ କରି ମହିଳାମାନେ ସ୍ୱାମୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥାନ୍ତି । 

ଏହା ମଧ୍ୟ ପଢନ୍ତୁ.....ସାବିତ୍ରୀ ବ୍ରତ: ବିଶ୍ୱର କଲ୍ୟାଣ ସହ ଗୁରୁଙ୍କ ଦୀର୍ଘାୟୁ କାମନା କଲେ କିନ୍ନର - Savitri Brata Of Transgenders

ଇଟିଭି ଭାରତ,ଯାଜପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.