ବାଲୁକା ଚିତ୍ରକଳାରେ ବ୍ରିଟେନ ରାଜାଙ୍କ ଆରୋଗ୍ୟ କାମନା କଲେ ସୁଦର୍ଶନ

By ETV Bharat Odisha Team

Published : Feb 6, 2024, 8:56 PM IST

thumbnail

Sand Artist Sudarsan Pattnaik Art for UK King Charles III: ପୁରୀ: ବ୍ରିଟେନ୍‌ର ରାଜା କିଙ୍ଗ୍‌ ଚାର୍ଲ୍ସ ତୃତୀୟ ଏବେ ଦୁରାରୋଗ୍ୟ କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଛନ୍ତି । ଏଥିପାଇଁ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି ସାରା ବିଶ୍ଵବାସୀ । ଏହାରି ମଧ୍ୟରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ବ୍ରିଟେନ ରାଜାଙ୍କର ଆରୋଗ୍ୟ କାମନା କରିଛନ୍ତି । ଏକ ବାଲୁକା ଚିତ୍ରକଳା କରି ସୁଦର୍ଶନ 'Get Well Soon'ର ବାର୍ତ୍ତା ଦେଇଛନ୍ତି । ପୁରୀ ବେଳାଭୁମିର ନିଳାଦ୍ରୀ ବିଚ୍‌ରେ 7 ଫୁଟ ଉଚ୍ଚତାର ଏକ ବିଶାଳ ବାଲୁକା ଚିତ୍ରକଳା କରିଛନ୍ତି ସୁଦର୍ଶନ । ଯେଉଁଥିରେ ସେ ବ୍ରିଟେନ୍‌ ରାଜା କିଙ୍ଗ୍‌ ଚାର୍ଲ୍ସ ତୃତୀୟଙ୍କ ପ୍ରତିକୃତିକୁ ମଧ୍ୟ ଅତି ନିଖୁଣ ଭାବେ ଚିତ୍ରିତ କରିଛନ୍ତି । ବାଲୁକା ଚିତ୍ରକଳା ମାଧ୍ୟମରେ ବ୍ରିଟେନ ରାଜାଙ୍କର ଆରୋଗ୍ୟ କାମନା କରି ବାର୍ତା ଦେଇଥିବା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.