ପଶ୍ଚିମ ଓଡ଼ିଶା ପାଳିଲା ସମ୍ବଲପୁରୀ ଦିନ୍, ପାରମ୍ପରିକ ପୋଷାକ ସହ ସବୁଠି ନାଚଗୀତର ଆସର - Sambalpuri Din

By ETV Bharat Odisha Team

Published : Aug 1, 2024, 10:19 PM IST

thumbnail
Sambalpuri Din (ETV Bharat Odisha)

ବୌଦ୍ଧ/ସମ୍ବଲପୁର: ପଶ୍ଚିମ ଓଡ଼ିଶାବ୍ୟାପୀ ପାଳନ ହୋଇଛି ସମ୍ବଲପୁର ଦିନ୍ । ଏହି ଅବସରରେ ପଶ୍ଚିମ ଓଡ଼ିଶାର ପ୍ରବେଶ ପଥ ବୌଦ୍ଧ ଜିଲ୍ଲାରେ ପାରମ୍ପରିକ ଲୋକ ନୃତ୍ୟ ସଙ୍ଗୀତ ସହିତ ସମ୍ବଲପୁରୀ ବସ୍ତ୍ର ପରିଧାନ ପୂର୍ବକ ଉତ୍ସବ ପାଳନ କରାଯାଇଛି । ଜିଲ୍ଲା ସଦର ମହକୁମା ଟାଉନ ହଲ ପରିସରରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ଓ ବୌଦ୍ଧ ଜିଲ୍ଲା ଆର୍ଟିଷ୍ଟ ସଙ୍ଘ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇଛି । ପଶ୍ଚିମ ଓଡ଼ିଶାର ପାରମ୍ପାରକ ଲୋକ ନୃତ୍ୟ, ସଙ୍ଗୀତର ତାଳେ ତାଳେ ଝୁମି ଥିଲେ ଜିଲ୍ଲାବାସୀ । କଣ୍ଠଶିଳ୍ପୀ ଉମାକାନ୍ତଙ୍କ ସମେତ ଅନେକ ସ୍ଥାନୀୟ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହା ବି ପଢନ୍ତୁ...ସମ୍ବଲପୁରୀ ଦିନ୍‌; ନାଚଗୀତରେ ଝୁମୁଛି ଝାରସୁଗୁଡ଼ା, ଆକର୍ଷଣ ସାଜିଲେ PK - Sambalpuri Day Celebration

ସେହିପରି ସମ୍ବଲପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ବିଭାଗର କର୍ମଚାରୀମାନେ ସମ୍ବଲପୁରୀ ବସ୍ତ୍ର ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଜେଲ ଛକ ନିକଟସ୍ଥ ଗୁରୁ ସତ୍ୟ ନାରାୟଣ ବହିଦାର ପାର୍କ ନିକଟରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରୁଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଛି । ଅନ୍ୟପଟେ ସମ୍ବଲପୁରୀ ଏକତା ମଞ୍ଚ ପକ୍ଷରୁ ମଧ୍ୟ ସମ୍ବଲପୁର ସହରର ଗଙ୍ଗାଧର ମଣ୍ଡପ ଠାରେ ସମ୍ବଲପୁରୀ ଦିନ ପାଳିତ ହୋଇଛି l


ଇଟିଭି ଭାରତ, ବୌଦ୍ଧ/ସମ୍ବଲପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.