ବଲାଙ୍ଗୀର କଂଗ୍ରେସ ପ୍ରାର୍ଥୀଙ୍କ ଶକ୍ତି ପ୍ରଦର୍ଶନ, ନାମାଙ୍କନ କଲେ ସମରେନ୍ଦ୍ର ଓ ମନୋଜ - Nomination By Samarendra and Manoj - NOMINATION BY SAMARENDRA AND MANOJ
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : May 2, 2024, 10:20 PM IST
NOMINATION BY SAMARENDRA AND MANOJ: ବଲାଙ୍ଗୀର: ବିଧାନସଭା ଆସନ ପାଇଁ ଆଜି ନାମାଙ୍କନ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର । ସେହିପରି ତାଙ୍କ ସହିତ ବଲାଙ୍ଗୀର ସଂସଦୀୟ କ୍ଷେତ୍ର ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ମନୋଜ ମିଶ୍ର ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେଡି ପରେ କଂଗ୍ରେସ ଆଜି ଏଠାରେ ତା'ର ଶକ୍ତି ପ୍ରଦର୍ଶନ କରିଛି। ତେବେ ବିଜେଡି ପରେ କଂଗ୍ରେସ ଏଠାରେ ତାର ଶକ୍ତି ପ୍ରଦର୍ଶନ କରିଛି। ଚର୍ଚ୍ଚିତ ବଲାଙ୍ଗୀର ବିଧାନସଭା ଓ ସଂସଦୀୟ କ୍ଷେତ୍ର ପାଇଁ ଆଜି କଂଗ୍ରେସ ଦଳର ପ୍ରାର୍ଥୀମାନେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଶାଳ ଜନସମାଗମ ମଧ୍ୟରେ ଉଭୟ ପ୍ରାର୍ଥୀ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ବଲାଙ୍ଗୀର ବିଧାନସଭା ଆସନରୁ ପ୍ରତିଦ୍ବନ୍ଦିତା କରିବେ । ଆଜି ହଜାର ହଜାର ସମର୍ଥକଙ୍କ ସହଏକ ବିଶାଳ ଶୋଭାଯାତ୍ରାରେ ଆସି ବଲାଙ୍ଗୀର ଉପଜିଲ୍ଲାପାଳଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସମରେନ୍ଦ୍ର। ଏହାସହ ବଲାଙ୍ଗୀର ସଂସଦୀୟ କ୍ଷେତ୍ର ପାଇଁ ସିନେ ଅଭିନେତାରୁ ନେତା ହୋଇଥିବା ମନୋଜ ମିଶ୍ର ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ କହିଛନ୍ତି, "ମୁଁ ମାଟିର ଛୁଆ ଏବଂ ମୋର କୋଶଳ ଚିନ୍ତାଧାରା ତାଙ୍କର ରହିଛି। ଏହାକୁ ଲୋକେ ବହୁ ପସନ୍ଦ କରୁଛନ୍ତି । ଏହି ମାଟିର ବିକାଶ ପାଇଁ ଲୋକେ ଭୋଟ ଦେବେ ଓ ପରିବର୍ତ୍ତନ ଆଣିବେ ।"
ଇଟିଭି ଭାରତ, ବଲାଙ୍ଗୀର