ଗର୍ଜିଲେ ଶାସକ-ବିରୋଧୀ; ରଣକ୍ଷେତ୍ର ପାଲଟିଲା ଜିଲ୍ଲା ପରିଷଦ ବୈଠକ ସ୍ଥଳ - Ruckus in zila parishad meeting

By ETV Bharat Odisha Team

Published : Aug 17, 2024, 8:05 PM IST

thumbnail

କଟକ: ଦୀର୍ଘ ୨୪ ବର୍ଷ ଗୋଟିଏ ସରକାର ରାଜ୍ୟରେ ଶାସନ କଲା ପରେ ବି କାହିଁକି ପିଇବା ପାଣିର ସମସ୍ୟା ଅଛି ? ମାହାଙ୍ଗା ବିଧାୟକ ସାରଦା ପ୍ରଧାନଙ୍କ ଏପରି ମନ୍ତବ୍ୟ ପରେ ଆରମ୍ଭ ହୋଇଯାଇଥିଲା ହୋ ହଲ୍ଲା । ଜିଲ୍ଲା ପରିଷଦ ସଦସ୍ୟ ଏବଂ ବିଧ୍ୟାୟକ ମୁହାଁମୁହିଁ ହୋଇଥିଲେ । ସ୍ଥିତି ଏମିତି ଉପୁଜି ଥିଲା ଯେ, କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟି ଯାଇଥିଲା ବୈଠକ ସ୍ଥଳ । ପରସ୍ପର ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜୋର ଧରିଥିଲା । ଆଜି କଟକରେ ବସିଥିଲା ଅଷ୍ଟମ ଜିଲ୍ଲା ପରିଷଦ ବୈଠକରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି । ଶାସକ ଓ ବିରୋଧୀଙ୍କ ମଧ୍ୟରେ ଏପରି ଗଣ୍ଡଗୋଳ ଆଗରୁ କେବେବି ଦେଖାଯାଇ ନଥିଲା । କିଛି ସମୟ ପାଇଁ ସ୍ଥିତି ପୁରା ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା । ବରିଷ୍ଠ ବିଧାୟକମାନେ ବି ଏହାର ସମାଧାନ କରିବାକୁ ନାକେଦମ ହୋଇପଡିଥିଲେ । ସେହିପରି କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ନିଜର କ୍ରୋଧକୁ ସମ୍ଭାଳି ପାରିନଥିଲେ । ସେ ବଡ଼ ପାଟିରେ ବୈଠକରେ ଚିତ୍କାର କରିଥିଲେ । 

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.