ଲୋକୋ ପାଇଲଟ ଅପହରଣ ମାମଲାରେ ୩ ଗିରଫ - Rourkela Loco Pilot Kidnapped Case

By ETV Bharat Odisha Team

Published : Jun 27, 2024, 12:36 PM IST

thumbnail
ଲୋକୋ ପାଇଲଟ ଅପହରଣ ମାମଲାରେ ୩ ଗିରଫ (ETV Bharat Odisha)

ରାଉରକେଲା: ରେଳବାଇ ଲୋକୋ ପାଇଲଟକୁ ଅପହରଣ ମାମଲା । ରାଉରକେଲା ପୋଲିସ ଖୋଲିଛି ଗୁମର । ଘର ନିକଟରେ ଇଭିନିଂ ୱାର୍କ କରୁଥିବା ବେଳେ ହଠାତ ଆସି ସେହି ସମୟରେ ଚାରି ଚକିଆ ଯାନରେ ଆସି ଲୁଟ କରିଥିବା ଅଭିଯୋଗରେ 3ଜଣ ଅଭିଯୁକ୍ତ ଗିରଫ । ଅପହରଣ ଘଟଣା ସମ୍ପୂର୍ଣ୍ଣ ମିଛ ବୋଲି କହିଲା ପୋଲିସ । ଲୋକୋ ପାଇଲଟ ଅପହରଣ ହୋଇନଥିଲେ ବରଂ ସେ ପୂର୍ବରୁ ଅଭିଯୁକ୍ତଙ୍କୁ ଜାଣିଥିବା ବେଳେ ନିଜକୁ ରକ୍ଷା କରିବା ପାଇଁ ଆସି ଥାନାରେ ଅପହରଣର ମିଛ ଅଭିଯୋଗ କରିଥିଲେ । 

ସୂଚନା ଅନୁସାରେ, ଘଟଣା ଦିନ ରାତିରେ ତିନି ଜଣ ଆସି ରେଳବାଇ ଲୋକୋ ପାଇଲଟ ନିହାର ସରକାରଙ୍କୁ ଅପହରଣ କରିଥିବା ଘଟଣା ସମ୍ପୂର୍ଣ୍ଣ ମିଛ । କାରଣ 3ଜଣ ଅଭିଯୁକ୍ତମାନଙ୍କ ସହ ସୋସିଆଲ ମିଡିଆରେ ଚିହ୍ନା ପରିଚୟ ହୋଇଥିଲା । କୌଣସି କାରଣରୁ କିଛିଦିନ ଧରି ସେମାନଙ୍କ ମଧ୍ୟରେ ବାଦ ବିବାଦ ଲାଗି ରହିଥିଲା ଏବଂ ବଚସା ମଧ୍ୟ ହୋଇଥିଲା । ସେଦିନ ରାତିରେ ତାଙ୍କ ସହ ଗାଡ଼ିରେ ସେ ନିଜେ ଯାଇଥିଲେ । ତାଙ୍କ ମଧ୍ୟରେ ପଇସା ପତ୍ର କାରଣ ନେଇ ବାଦ ବିବାଦ ହୋଇଥିଲା । ସେଠାରେ ନିହାରଙ୍କୁ ପଇସା ପତ୍ର ମାମଲାରେ ମାଡ଼ ମାରିଥିଲେ ଏବଂ ଏଟିଏମ୍‌ ସହ ଅନଲାଇନ ବ୍ୟାଙ୍କି ପେଟିଏମର(Paytm) ଏବଂ ଫୋନ ପେ(Phonepay) ପିନ ନମ୍ବର ମାଗିଥିଲେ । ନିହାର ମନା କରିବାରୁ ଏବଂ ପାଟି କରିବାରୁ ଅଭିଯୁକ୍ତମାନେ 10 କିଲୋମିଟର ଦୂରକୁ ନେଇ ପାନପୋଷ ବାଲୁଘାଟ ଅଞ୍ଚଳରେ ଫୋପାଡ଼ି ଦେଇ ସେଠାରୁ ଫେରାର ହୋଇଯାଇଥିଲେ । 

ଏହା ମଧ୍ୟ ପଢନ୍ତୁ: ରେଳ କର୍ମଚାରୀଙ୍କୁ ଅପହରଣ କରି ନିର୍ଯାତନା, ପେ-ଟିଏମରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା

ପରେ ଲୋକୋ ପାଇଲଟ ନିଜକୁ ରକ୍ଷା କରିବା ପାଇଁ ଆସି ଅପହରଣ ହୋଇଥିବା ନେଇ ଥାନାରେ ମିଛ ଅଭିଯୋଗ କରିଥିଲେ । ତେବେ ଗିରଫ 3 ଜଣ ଅଭିଯୁକ୍ତ ସଂଗ୍ରାମ କେଶରୀ ପଟ୍ଟନାୟକ, ସ୍ମୃତି ରଞ୍ଜନ ପାଇକରାୟ, ସତ୍ୟ ପ୍ରକାଶ ପ୍ରଧାନ । ସମସ୍ତ ଅଭିଯୁକ୍ତ ଖୋର୍ଦ୍ଧା ଏବଂ ଭୁବନେଶ୍ୱର ଅଞ୍ଚଳର ହୋଇଥିବା ବେଳେ ଏମାନଙ୍କ ନିକଟରୁ 50 ହଜାର କ୍ୟାସ ଏବଂ କାର ସହ ସୁନା ଚେନ ମଧ୍ୟ ଜବତ କରିଛି ରାଉରକେଲା ପୋଲିସ । ତେବେ କେଉଁ କାରଣରୁ ଏହି ଟଙ୍କା ପଇସା ବାଦ ବିବାଦ ହୋଇଥିଲା ତାହା ନେଇ ପୋଲିସ ତଦନ୍ତ କରୁଛି ପୋଲିସ । 

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.