ସମସ୍ତ ଶିକ୍ଷା ଅନୁଷ୍ଠାନ ଗୁଡିକରେ ହୋଇଥିବା ଜବରଦଖଲ ଉଚ୍ଛେଦ ହେବ: ରାଜସ୍ବ ମନ୍ତ୍ରୀ - Revenue minister review meeting

By ETV Bharat Odisha Team

Published : Jun 25, 2024, 4:21 PM IST

thumbnail
Revenue minister review meeting (ETV Bharat Odisha)

Revenue minister review meeting ସମ୍ବଲପୁର: ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସମ୍ବଲପୁର ଗସ୍ତରେ ଆସି ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟରେ ଉତ୍ତରାଞ୍ଚଳ ଆରଡିସିଙ୍କ ସହ ରାଜସ୍ବ ବିଭାଗର ବିଭିନ୍ନ ସମସ୍ୟା ନେଇ ସମୀକ୍ଷା କରିଛନ୍ତି l  ଏହି ସମୀକ୍ଷା ବୈଠକରେ ସମ୍ବଲପୁର ଆଇଆଇଏମର ଜମି ସମସ୍ୟା, ପାନୀୟ ଜଳ ଯୋଗାଣ ସମସ୍ୟା, ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ରେ ହୋଇଥିବା ଜବର ଦଖଲ ଓ ଜମି ପଟ୍ଟା ସମସ୍ୟା, ଭୀମସାର ମେଡିକାଲ କଲେଜ, ଭିସୁଟ ରାଜସ୍ବ ବିଭାଗ ସମ୍ପର୍କିତ ସମସ୍ୟା , ସୈନିକ ସ୍କୁଲ, ଜିଏମ ବିଶ୍ୱ ବିଦ୍ୟାଳୟ ର ଦ୍ଵିତୀୟ କ୍ୟାମ୍ପସ ପାଇଁ ଜମି, ଜିଏମ ଯୁକ୍ତ 2 କଲେଜ ଓ ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟ ର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା  । 

ଏହାମଧ୍ୟ ପଢନ୍ତୁ.. 'ରାଜସ୍ବ ବିଭାଗରେ ଦୁର୍ନୀତିକୁ ପ୍ରଶୟ ଦିଆଯିବନି' - suresh pujari visits Sambalpur

ମୁଖ୍ୟତଃ ଆସନ୍ତା ଡିସେମ୍ବର ମାସ ମଧ୍ୟରେ ମିଶନ ମୋଡ଼ରେ ଏହି ଶିକ୍ଷା ଅନୁଷ୍ଠାନ ଗୁଡିକର ରାଜସ୍ବ ବିଭାଗ ସମ୍ପର୍କିତ ସବୁ ସମସ୍ୟା ଦୂର ହେବ ବୋଲି ଏହି ଅବସରରେ ମନ୍ତ୍ରୀ କହିଛନ୍ତି l ଏଥିପାଇଁ ପ୍ରତ୍ୟେକ ଶିକ୍ଷା ଅନୁଷ୍ଠାନର ଜଣେ ଜଣେ ଅଧିକାରୀ ଏହି ସମସ୍ୟା ନେଇ ଜିଲ୍ଲା ପ୍ରଶାସନ ସହ ନିୟମିତ ଯୋଗାଯୋଗରେ ରହିବାକୁ ପରାମର୍ଶ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ l ଏହା ସହ ଜିଲ୍ଲାପାଳଙ୍କ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଏହି ସମସ୍ୟା ନେଇ ନୋଡାଲ ଅଫିସର ଭାବେ ଦାୟିତ୍ୱ ନେବାକୁ ରାଜସ୍ବ ମନ୍ତ୍ରୀ ପରାମର୍ଶ ମଧ୍ୟ ଦେଇଛନ୍ତି l 



ଏହି ଅବସରରେ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଶିକ୍ଷାନୁଷ୍ଠାନଗୁଡିକରେ ହୋଇଥିବା ବେଆଇନ ଜବରଦଖଲକୁ ଆଇନବଳରେ ଉଚ୍ଛେଦ କରାଯିବ l ଶିକ୍ଷା ଅନୁଷ୍ଠାନର ସ୍ୱାର୍ଥ ବ୍ୟକ୍ତିର ସ୍ୱାର୍ଥରୁ ବହୁ ଉର୍ଦ୍ଧ୍ୱରେ ରହିଛି l ତେଣୁ ଆଗାମୀ ଡିସେମ୍ବର ମାସ ଭିତରେ ମିଶନ ମୋଡ଼ରେ କାମ ହେବ ଓ ସରକାରୀ ଶିକ୍ଷା ଅନୁଷ୍ଠାନ ଗୁଡିକୁ ଲୋକାଭିମୁଖୀ ହେବାରେ ରାଜସ୍ବ ବିଭାଗ ପ୍ରତିବନ୍ଧକ ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି l ଏହି ବୈଠକରେ ସମ୍ବଲପୁର ଜିଲ୍ଲାପାଳ, ଏସପି, ଅତିରିକ୍ତ ଜିଲ୍ଲାପାଳ, ପୋଲିସ ବିଭାଗ ର ପ୍ରମୁଖ ଅଧିକାରୀ ଓ ରାଜସ୍ବ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିଥିଲେ l 



ଇଟିଭି ଭାରତ, ସମ୍ବଲପୁର  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.