ଏହି ବର୍ଷାରେ ନୀଳବର୍ଣ୍ଣ ଶୃଗାଳର ରଙ୍ଗ ଧୋଇଯାଇଛି: ସିଦ୍ଧାନ୍ତ ମହାପାତ୍ର - Reaction Of Sidhant Mohapatra

By ETV Bharat Odisha Team

Published : Jun 5, 2024, 9:03 AM IST

thumbnail
BJP own Digapahandi Seat (ETV Bharat Odisha)

BJP Celebration: ବ୍ରହ୍ମପୁର: ପ୍ରକାଶ ପାଇଲା ନିର୍ବାଚନ ଫଳାଫଳ । ରାଜ୍ୟର ମୋଟ 147 ଆସନରୁ ବିଜେପି ଅଧିକାର କରିଛି 78ଟି, ବିଜେପି 51ଟି, କଂଗ୍ରେସର 14 ଆସନରେ ବିଜୟ ହୋଇଥିବା ବେଳେ 4ଟି ଆସନରେ ଅନ୍ୟାନ୍ୟ ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି । ତେବେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ବିଜେପି ଦଳର ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର ବିଜୟ ହୋଇଛନ୍ତି । ବିଜୟ ହେବା ପରେ ସେ ତାଙ୍କ ବିଜୟର ଶ୍ରେୟ ଓଡ଼ିଶା ତଥା ଦିଗପହଣ୍ଡି ଜନସାଧାରଣଙ୍କୁ ଦେଇ ତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, କାମ କରିବା ଲୋକ କେଉଁଠାରେ ଥାଇ ମଧ୍ୟ କାମ କରିପାରିବ । ଲୋକଙ୍କ ସେବା କରିବା ସହିତ ଏକ ଦୁର୍ନୀତି ମୁକ୍ତ, ଶୃଙ୍ଖଳିତ ଦିଗପହଣ୍ଡି ଗଠନ କରିବା । ଅନ୍ୟପଟେ ବିଜେଡି ନେତା ଭିକେ ପାଣ୍ତିଆନଙ୍କୁ କଟାକ୍ଷ କରି କହିଛନ୍ତି ଯେ, ଏହି ବର୍ଷାରେ ନୀଳବର୍ଣ୍ଣ ଶୃଗାଳର ରଙ୍ଗ ଧୋଇ ହୋଇଯାଇଛି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.