ମଝିଘରିଆଣୀଙ୍କ ହୁଣ୍ଡିରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା, ଡଲାର ବି ଦେଇଥିଲେ ଭକ୍ତ - Maa Majhighariani Temple

By ETV Bharat Odisha Team

Published : Jul 24, 2024, 9:29 PM IST

Updated : Jul 24, 2024, 10:38 PM IST

thumbnail
MAA MAJHIGHARIANI TEMPLE (ETV Bharat Odisha)

MAA MAJHIGHARIANI TEMPLE: ରାୟଗଡା: ଅଧିଷ୍ଠାତ୍ରୀ ଦେବୀ ମା' ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡି ଦୀର୍ଘ 4ମାସ ପରେ ଖୋଲାଯାଇଛି । ସ୍ଥାନୀୟ ତହସିଲଦାରଙ୍କ ନେତୃତ୍ବରେ ପୋଲିସର କଡା ସୁରକ୍ଷାବଳୟ ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ଉପସ୍ଥିତିରେ ୯ଟି ଦାନ ହୁଣ୍ଡି ଆଜି (ବୁଧବାର) ସକାଳ ୯ ଘଣ୍ଟିକା ସମୟରୁ ଖୋଲାଯାଇ ଗଣତି କରାଯାଇଛି । ଯାହା ରାତି 9.30ରେ ସରିଛି ।  

ହୁଣ୍ଡିରୁ ଦାନ ଅର୍ଥ ଗଣତି କାର୍ଯ୍ୟରେ ବିଭିନ୍ନ ସଗଠନର ମହିଳା ଓ ପୁରୁଷ ସ୍ବେଚ୍ଛାସେବୀ ନିୟୋଜିତ ହୋଇଛନ୍ତି । ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଗଣତି ପକ୍ରିୟାରେ ନିୟୋଜିତ ହୋଇଛନ୍ତି । ଗଣତି କାର୍ଯ୍ୟରେ ନିୟୋଜିତ ହୋଇ ନିଜକୁ ଭାଗ୍ୟବାନ ମନେ କରିଛନ୍ତି ନିୟୋଜିତ SHG ମହିଳାମାନେ । ତେବେ ହୁଣ୍ଡିରୁ ସମୁଦାୟ ୯୯ ଲକ୍ଷ ୧୫ ହଜାର ୪୨୨ ଟଙ୍କା, ସୁନା ୫୩ ଗ୍ରାମ, ରୁପା ୨ କେଜି ୩୯୨ ଗ୍ରାମ ସହ ୩୩ ଟି ବିଦେଶୀ ମୁଦ୍ରା ମିଳିଛି । ବିଦେଶୀ ମୁଦ୍ରାରେ ଇଂଲଣ୍ଡର ୨୦ ପାଉଣ୍ଡ ୨୦ ଟି, ୧୦ପାଉଣ୍ଡ ୧୦ ଟି, ଆମେରିକାର ୨୦ ଡଲାର ୧ ଟି, କାନାଡା ୨୦ ଡଲାର ୧ଟି ଓ ଥାଇଲାଣ୍ଡର ୧୦୦ ଟଙ୍କିଆ ବିଦେଶୀ ମୁଦ୍ରା ମିଳିଛି । ଆଜି ସକାଳ ୯ ଟାରୁ ଗଣତି ଆରମ୍ଭ ହୋଇ ରାତ୍ରି ୯.୩୦ ପର୍ଯ୍ୟନ୍ତ ଚାଲିଥିଲା ।

ଗତ 4 ମାସ ତଳେ ଅର୍ଥାତ୍ ମାର୍ଚ୍ଚ 18 ତାରିଖ ଦିନ ଦାନ ହୁଣ୍ଡିରୁ 89 ଲକ୍ଷ 72 ହଜାର 225 ଟଙ୍କା, ସୁନା 62 ଗ୍ରାମ ଓ ରୁପା 2କେଜି 300 ଗ୍ରାମ ସଂଗ୍ରହ ହୋଇଥିବା ବେଳେ 62ଟି ବିଦେଶୀ ନୋଟ୍ ମଧ୍ୟ ସଂଗ୍ରହ ହୋଇଥିଲା । ତେବେ ଚଳିତ ଥର 80ରୁ ୯୦ ଲକ୍ଷ ଟଙ୍କା ଦାନ ବାକ୍ସରୁ ମିଳିବ ବୋଲି ଆଶା କରିଛି ମନ୍ଦିର କମିଟି । 

ଏହା ମଧ୍ୟ ପଢନ୍ତୁ....ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ - Banakalagi Niti Ritual

ଆଜି ହୁଣ୍ଡିରୁ ବାହାରିଥିବା ଅର୍ଥକୁ ରାୟଗଡା ୟୁନିୟନ ବ୍ୟାଙ୍କ ମୁଖ୍ୟ ଶାଖାରେ ପୈଠ କରାଯିବ । ତେବେ ପ୍ରତି ୩ ମାସରେ ଥରେ ମନ୍ଦିରର ହୁଣ୍ଡି ଖୋଲାଯାଉ ଥିବାବେଳେ ଚଳିତ ବର୍ଷ ଦୁଇ ଥର ହୁଣ୍ଡି ଖୋଲାଯାଇଥିବା କହିଛନ୍ତି ମନ୍ଦିର ଟ୍ରଷ୍ଟି ରାଇସିଂ ବିଡ଼ିକା । ଆନ୍ଧ୍ର, ଛତିଶଗଡ଼ ଓ ଓଡ଼ିଶାର ବହୁ ଭକ୍ତମାଙ୍କ ଆଶୀର୍ବାଦ ପାଇ ମନସ୍କାମନା ପୂରଣ ପରେ ସୁନା ଓ ଟଙ୍କା ଦାନ କରିଥାନ୍ତି। ଯାହା ବାର୍ଷିକ ୪ କୋଟିରୁ ଅଧିକା ଟଙ୍କା ମିଳିଥାଏ । ଏହି ଅର୍ଥକୁ ଜିଲ୍ଲାର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ, ପୂଜା, ମନ୍ଦିର ଉନ୍ନୟନ ତଥା କର୍ମଚାରିଙ୍କ ଦରମା ବାବଦରେ ଖର୍ଚ୍ଚ ହୋଇଥାଏ । ଏହି ଖବର ଲେଖାସୁଧା ଟଙ୍କା ଗଣତି ଚାଲିଥିବାର ହୁଣ୍ଡିରୁ କେତେ ଟଙ୍କା ବାହାରିଛି ତାହା ଜଣାପଡ଼ିନାହିଁ ।

ଇଟିଭି ଭାରତ, ରାୟଗଡ଼ା 

Last Updated : Jul 24, 2024, 10:38 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.