ରଥଖଳା ହାଲଚାଲ: ତିନି ରଥର ତୁମ୍ୱରେ ଚାଲିଛି ବିନ୍ଧ କାର୍ଯ୍ୟ - Ratha Khala Halchal

By ETV Bharat Odisha Team

Published : May 18, 2024, 6:35 PM IST

thumbnail
Rath Yatra Preparation (ETV Bharat Odisha)

ପୁରୀ: ତିନି ରଥର ତୁମ୍ୱରେ ଚାଲିଛି ବିନ୍ଧ କାର୍ଯ୍ୟ । ମହାପ୍ରଭୁଙ୍କ ରଥ ନିର୍ମାଣ ନେଇ ଚଳଚଞ୍ଚଳ ରହିଛି ରଥଖଳା। ଆଜି ତିନି ରଥର ୪୨ଟି ତୁମ୍ବରେ ୧୬ ଯୋଡା ଲେଖାଏଁ ବିନ୍ଧ କାର୍ଯ୍ୟ ମହାରଣା ସେବକମାନେ ଜାରି ରଖିଛନ୍ତି । କରତୀ ସେବକମାନେ ମଧ୍ୟ ତୁମ୍ବ ଗୁଡ଼ିକର ବଳକା ଅଂଶର ଘେର କଟାକାର୍ଯ୍ୟ ଜାରି ରଖିଛନ୍ତି । ଗତକାଲି (ଶୁକ୍ରବାର) ତିନି ରଥର ୪୨ଟି ତୁମ୍ବରେ ସୂତା ବାଡ଼ିଆ, ତୁମ୍ବ ବିନ୍ଧ ଅନୁକୂଳ ପୂଜା ହୋଇଥିଲା । ପ୍ରତି ତୁମ୍ବରେ ୧୬ ଯୋଡା ଲେଖାଏଁ ବିନ୍ଧ କାର୍ଯ୍ୟ ମହାରଣା ସେବକମାନଙ୍କ କରାଯାଇଥିଲା । 

ଏହା ବି ପଢନ୍ତୁ...ଶ୍ରୀକ୍ଷେତ୍ରରେ ଚଳଚଞ୍ଚଳ ରଥଖଳା: ୪୨ ତୁମ୍ବରେ ସରିଲା ସୂତା ବାଡିଆ, ଆଗେଇ ଚାଲିଛି ବିନ୍ଧ କାର୍ଯ୍ୟ

ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ତିନି ରଥର ମୋଟ ୪୨ଟି ତୁମ୍ବରେ ଅର ସଂଯୋଗ ପାଇଁ ଆବଶ୍ୟକ ଅର କଣ୍ଟା ନିର୍ମାଣ ଜାରି ରଖିଛନ୍ତି । ଏଥିସହ ୪୨ଟି ତୁମ୍ବ ପାଇଁ ଆବଶ୍ୟକ ୪୨ ଯୋଡ଼ା ପନ୍ଦାରିବଳା ନିର୍ମାଣ କରୁଛନ୍ତି । ମହାରଣା ସେବକ, ଭୋଇ ସେବକ, କରତି ସେବକ, କମାର ସେବକ, ବିନ୍ଧ କାରିଗର ଓ ଜଣେ ରଥଖଳା ସହାୟକଙ୍କୁ ମିଶାଇ ମୋଟ 122 ଜଣ ସେବକ ରଥ ନିର୍ମାଣରେ ସାମିଲ ହୋଇଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.