ଶ୍ରୀଜିଉଙ୍କ ସୁନାବେଶ, ମହଣ ମହଣ ସୁନାରେ ସଜେଇ ହୋଇଛନ୍ତି ଶ୍ରୀବିଗ୍ରହ - Suna Besha Ritual

By ETV Bharat Odisha Team

Published : Jul 17, 2024, 6:53 PM IST

thumbnail
Suna Besha Ritual (ETV Bharat Odisha)

Suna Besha Ritual: ପୁରୀ: ଆଜି ମହାପ୍ରଭୁଙ୍କ ଅଲୌକିକ ସୁନାବେଶ । ମହଣ ମହଣ ସୁନାରେ ସଜ୍ଜେଇ ହେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ନବଦିନାତ୍ମକ ଯାତ୍ରା ସାରି ଫେରିବା ପରେ ସିଂହଦ୍ବାରରେ ରଥ ଉପରେ ଚାଲିଛି ଶ୍ରୀଜିଉଙ୍କ ସୁନାବେଶ । ଶ୍ରୀବିଗ୍ରହଙ୍କ ଏହି ସୁନାବେଶ ଦେଖିବା ପାଇଁ ବଡ଼ଦାଣ୍ଡରେ ଅଗଣିତ ଭକ୍ତଙ୍କ ଭିଡ଼ । ସୁନାର କିରୀଟ, ଶ୍ରୀପୟର, ଶ୍ରୀଭୁଜ, ସ୍ୱର୍ଣ୍ଣ ଚକ୍ର, ରୌପ୍ୟ ଶଙ୍ଖ, ଆଡ଼କାନି, ବାହାଡ଼ା ମାଳି, ଓଢିଆଣୀ, ଚନ୍ଦ୍ରସୂର୍ଯ୍ୟ, ସେବତୀ ମାଳି, ଘାଗଡ଼ା ମାଳି, କଦମ୍ବ ମାଳି, ତାବିଜ ମାଳି, ତିଳକ, ଝୋବାକଣ୍ଠି, କମରପଟି, ଚନ୍ଦ୍ରିକା, ତ୍ରିଖଣ୍ଡିକା ଓ ଅଳକା ଆଦି ସ୍ବର୍ଣ୍ଣ ଅଳଙ୍କାରେ ମହାପ୍ରଭୁ ଜଗନ୍ନାଥଙ୍କୁ ସଜାଯାଇଛି । 

ସେହିପରି ବଡ଼ଠାକୁର ବଳଭଦ୍ରଙ୍କୁ କିରୀଟ, ଶ୍ରୀଭୁଜ, ଶ୍ରୀପୟର, ସ୍ବର୍ଣ୍ଣ ହଳ ଓ ମୂଷଳ, ଘାଗଡ଼ା ମାଳି, କଦମ୍ବ ମାଳି, ବାଘନଖ ମାଳି, ବାହାଡ଼ା ମାଳି, ସେବତୀ ମାଳି ଓ କୁଣ୍ଡଳ ଭଳି ଅନେକ ସ୍ବର୍ଣ୍ଣ ଆଭୁଷଣରେ ସଜା ଯାଇଛି । ଦେବୀ ସୁଭଦ୍ରାଙ୍କୁ କିରୀଟ, ଓଢ଼ିଆଣୀ,କାନ, ଚନ୍ଦ୍ରସୂର୍ଯ୍ୟ, ଘାଗଡ଼ା ମାଳି, ତଗଡ଼ି ଓ କଦମ୍ବ ମାଳି ଭଳି ସ୍ବର୍ଣ୍ଣ ଅଳଙ୍କାରରେ ସାଜସଜ୍ଜା କରାଯାଇଛି । ପ୍ରତିବର୍ଷ ବାହୁଡା ଯାତ୍ରା ପରଦିନ ସୁନାବେଶ ଅନୁଷ୍ଠିତ ହେଉ ସେପଟେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିବା ପାଇଁ ବଡ଼ଡାଣ୍ଡରେ ଭକ୍ତଙ୍କ ପ୍ରବଳ ଗହଳି ଲାଗିରହିଛି । ରାତି ୧୧ଟା ପର୍ଯ୍ୟନ୍ତ ଏହି ଦୁର୍ଲଭ ଓ ଦିବ୍ୟ ଦର୍ଶନ କରିବେ ଶ୍ରଦ୍ଧାଳୁ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।  

ଏହା ମଧ୍ୟ ପଢ଼ନ୍ତୁ...ମହଣ ମହଣ ସୁନାରେ ଝଟକିବେ ସୁନାଠାକୁର; ସନ୍ଧ୍ୟା ୫ଟାରୁ ଦର୍ଶନ ଆରମ୍ଭ, ଜାଣନ୍ତୁ କାହିଁକି ରଥ ଉପରେ ହୁଏ ସୁନାବେଶ ? - Suna Besha Of Lord Jagannath

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.