ଶାବର ଶ୍ରୀକ୍ଷେତ୍ରରେ ସୁନାବେଶ ସହ ଅଧରପଣା ଲାଗି - Suna Besha In Sabar Shreekshetra

By ETV Bharat Odisha Team

Published : Jul 17, 2024, 10:35 PM IST

thumbnail
ଶାବର ଶ୍ରୀକ୍ଷେତ୍ରରେ ସୁନାବେଶ (ETV Bharat Odisha)

Suna Besha In Sabar Shreekshetra: କୋରାପୁଟ: ଶାବର ଶ୍ରୀକ୍ଷେତ୍ର ବଡଦାଣ୍ଡରେ ସୁନାବେଶରେ ଝଟକିଲେ ରଥାରୂଢ଼ ମହାବାହୁ । ସୁନାବେଶରେ ଶ୍ରୀବିଗ୍ରହଙ୍କୁ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି । ତିନି ରଥରେ ଅଧରପଣା ଲାଗି ହୋଇଥିବାବେଳେ ଆସନ୍ତାକାଲି (ଗୁରୁବାର) ଚତୁର୍ଦ୍ଧା ମୂର୍ତ୍ତିଙ୍କ ନିଳାଦ୍ରୀବିଜେ ଅନୁଷ୍ଠିତ ହେବ । ପବିତ୍ର ବଡ଼ ଏକାଦଶୀ ଅବସରରେ ଶାବର ଶ୍ରୀକ୍ଷେତ୍ର କୋରାପୁଟର ବଡଦାଣ୍ଡରେ ଆଜି ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ସୁନାବେଶରେ ଭକ୍ତ ଦର୍ଶନ କରିଛନ୍ତି । ଶ୍ରୀବିଗ୍ରହଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା । ସୁନାବେଶର କିରୀଟ, କଙ୍କଣ, ପାହୁର, ମାଳି ଭଳି ସମସ୍ତ ଅଳଙ୍କାର ଲାଗି କରାଯାଇଥିଲା  । 
ଏହା ବି ପଢନ୍ତୁ...ଶ୍ରୀଜିଉଙ୍କ ସୁନାବେଶ, ମହଣ ମହଣ ସୁନାରେ ସଜେଇ ହୋଇଛନ୍ତି ଶ୍ରୀବିଗ୍ରହ - Suna Besha Ritual

ତିନି ରଥରେ ଚତୁର୍ଦ୍ଧାମୂର୍ତ୍ତି ପାଦରେ ପୟର, ହାତରେ କଙ୍କଣ, କାନରେ କୁଣ୍ଡଳ, ମଥାରେ କିରଟି ଓ ବେକରେ ବିଭିନ୍ନ ପ୍ରକାର ସୁନାର ମାଳିରେ ସୁସଜ୍ଜିତ ହୋଇ ସୁନାବେଶରେ ଝଟକୁଥିଲେ । ଏଥି ସହିତ ଆଜି ରଥ ଉପରର ନୀତି ଅନୁସାରେ ତିନି ରଥରେ ତିନି ଠାକୁରଙ୍କର ଅଧରପଣା ଭୋଗ ଲାଗି କରାଯାଇଥିଲା । ସନ୍ଧ୍ୟା ଆଳତି ପରେ ରଥ ଉପରେ ଅନୁଷ୍ଠିତ ଅଧରପଣା ନୀତିକୁ ଦର୍ଶନ କରିବାର ସୁଯୋଗ ପାଇଥିଲେ ଭକ୍ତ । କୁହାଯାଏ ଯେ, ଅତୃପ୍ତ ଅଶରିରୀଙ୍କୁ ତୃପ୍ତ କରିବା ଉଦ୍ଦେଶ୍ୟରେ ଅଧରପଣାର ବିଧି କରାଯାଇଥାଏ । ରଥ ଉପରେ ଦୁର୍ଲଭ ସୁନାବେଶ ଦେଖି ଶ୍ରଦ୍ଧାଳୁ ଅତ୍ୟନ୍ତ ଆନନ୍ଦିତ ହୋଇଛନ୍ତି ।


ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.