thumbnail

ରଥଯାତ୍ରାର ଦ୍ୱିତୀୟ ଦିନ: ଶରଧାବାଲିରେ ଲାଗିଲା ବଳଭଦ୍ର ଓ ସୁଭଦ୍ରାଙ୍କ ରଥ, କିଛି ସମୟ ପରେ ପହଞ୍ଚିବ ନନ୍ଦିଘୋଷ, ପୁରୀରୁ ଦେଖନ୍ତୁ LIVE - Second day of Rath Yatra 2024 LIVE

By ETV Bharat Odisha Team

Published : Jul 8, 2024, 8:45 AM IST

Updated : Jul 8, 2024, 2:48 PM IST

ପୁରୀ: ବିଶ୍ବ ଦେଖିଲା ବିଶ୍ୱ ନିୟନ୍ତାଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା  । ମହାପ୍ରଭୁଙ୍କର ରଥଯାତ୍ରାର ଆଜି ଦ୍ୱିତୀୟ ଦିନ  । ଗତକାଲି  ଗୋଟିଏ ଦିନରେ ତିନୋଟି ଉତ୍ସବ ଅର୍ଥାତ୍ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଗୋଟିଏ ଦିନରେ ପଡୁଥିବା ବେଳେ ନିର୍ଦ୍ଧାରିତ ସମୟର ପୂର୍ବରୁ ଶେଷ ହୋଇଥିଲା ସମସ୍ତ ନୀତିକାନ୍ତି  । ରଥଟଣା ଆରମ୍ଭ ହୋଇଥିଲେ ମଧ୍ୟ ଭକ୍ତଙ୍କୁ ଦେଖି ଅଧାରେ ଅଟକିଯାଇଥିଲା ଭାବବିନୋଦିଆ ଭକ୍ତ ବତ୍ସଳ ଭଗବାନଙ୍କ ରଥ  । ମରିଚିକୋଟ ନିକଟରେ ବଡ଼ ଠାକୁର ବଳଭଦ୍ରଙ୍କ ରଥ ଅଟକିଥିବା ବେଳେ ରାଜନଅର ଆଗରେ ଦେବୀ ସୁଭଦ୍ରାଙ୍କ ରଥ ଅଟକିଛି । ସେପଟେ ସିଂହଦ୍ବାର ଆଗରୁ ମାତ୍ର କେଇ ପାଦ ଆଗକୁ ଯାଇ ଅଟକିଛି ନନ୍ଦିଘୋଷ । ତେବେ ରଥାରୂଢ ମହାପ୍ରଭୁଙ୍କ ଦର୍ଶନ ପାଇଁ ରାତି ତମାମ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା । ଏବେ ପୁଣି ଆରମ୍ଭ ହୋଇଛି ଦ୍ୱିତୀୟ ଦିନର ରଥଟଣା  । ଆଜି ଜନ୍ମବେଦୀରେ ପହଞ୍ଚିବେ ଶ୍ରୀଜିଉ  ।ଇଟିଭି ଭାରତ, ପୁରୀ
Last Updated : Jul 8, 2024, 2:48 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.