thumbnail

ଆଡ଼ପ ମଣ୍ଡପ ବିଜେ ବେଳେ ଖସିପଡିଲେ ବଡଠାକୁର, ସେବାୟତ କହିଲେ- ଏହା ଶୁଭଙ୍କର... - Lord Balabhadra slips

By ETV Bharat Odisha Team

Published : Jul 10, 2024, 8:52 AM IST

ପୁରୀ: ରଥ ଉପରୁ ଆଡ଼ପ ମଣ୍ଡପକୁ ପହଣ୍ଡି ବେଳେ ଚାରମାଳ ଉପରେ ପ୍ରଭୁ ବଳଭଦ୍ର ଖସି ପଡିବା ଘଟଣାରେ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଥିରେ ପ୍ରାୟ ୧୦ ଜଣ ସେବାୟତ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କାଲିର ଏହି ଘଟଣା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ହୃଦୟକୁ ଖୁବ୍ ଆଘାତ ଦେଇଥିବା ବେଳେ ଏହାକୁ ନେଇ ସେବାୟତମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବରିଷ୍ଠ ସେବାୟତ ରବି ଦାଶ କହିଛନ୍ତି ଯେ, ଏଭଳି ଘଟଣା ଆଜି ପର୍ଯ୍ୟନ୍ତ କେବେ ବି ହୋଇନାହିଁ । ଏହା ଅଶୁଭ ସୂଚନା । ସମସ୍ତେ ମହାପ୍ରଭୁଙ୍କୁ କ୍ଷମା ମାଗୁଛନ୍ତି । ଆଗାମୀ ଦିନରେ କିଭଳି ସବୁ କିଛି ଭଲରେ ହେବ ସମସ୍ତେ ଉଦ୍ୟମ ଜାରି ରଖିଛନ୍ତି । ତେବେ ମହାପ୍ରଭୁଙ୍କ ଆଶୀର୍ବାଦରୁ ସେମିତି କିଛି ବଡ ଦୁର୍ଘଟଣା ଘଟିନି  । ସମସ୍ତ ସେବାୟତଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି । ଶୁଣନ୍ତୁ ଏନେଇ ଆହୁରି କ'ଣ କହିଛନ୍ତି ଶ୍ରୀମନ୍ଦିର ସେବାୟତ...

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.