thumbnail

ଦର୍ଶନ କରନ୍ତୁ ରଥାରୂଢ ଦାରୁବ୍ରହ୍ମଙ୍କ ଦିବ୍ୟ ଦୁର୍ଲଭ ମଙ୍ଗଳ ଆଳତି - Mangala Alati Of Lord Jagannath

By ETV Bharat Odisha Team

Published : Jul 9, 2024, 10:40 AM IST

Mangala Alati Of Lord Jagannath  ପୁରୀ: ଶରଧାବାଲିରେ ଶ୍ରୀଜିଉ । ଜନ୍ମବେଦୀ ଆଗରେ ପହଞ୍ଚିଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ତିନି ରଥ । ରଥାରୂଢ ଦାରୁବ୍ରହ୍ମଙ୍କୁ ଦର୍ଶନ କରି ଭାବିବିହ୍ୱଳ ଭକ୍ତ । ରଥଉପରେ ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି । ଶ୍ରୀବିଗ୍ରହମାନେ ରଥ ଉପରେ ଅବସ୍ଥାନ କରୁଥିବା ସମୟରେ ଅନ୍ନ ଭୋଗ ନହୋଇ କେବଳ ଶୁଖିଲା ଭୋଗ ହୋଇଥାଏ ।ଗୋପାଳବଲ୍ଲବଠାରୁ ଆରମ୍ଭ କରି ସମସ୍ତ ଧୂପ , ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ଓ ବଡ ସିଂହାର ଧୂପରେ ମୁଖତଃ ବଲ୍ଲଭ ଖଇ, କୋରା, ଶର୍କରା ଜାତୀୟ ଦ୍ରବ୍ୟ ଭୋଗ କରାଯାଏ ।  

ଆଜି ସକାଳୁ ମହାପ୍ରଭୁଙ୍କ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହୋଇଛି । ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମଙ୍ଗଳ ଆଳତି କରିଛନ୍ତି ସେବାୟତ । ମନ୍ତ୍ରଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ଶରଧାବାଲି । ରଥାରୂଢ ଦାରୁବ୍ରହ୍ମଙ୍କ ଦିବ୍ୟ ଦୁର୍ଲଭ ମଙ୍ଗଳ ଆଳତି ଦେଖିବାକୁ ସକାଳୁ ସକାଳୁ ହଜାର ହଜାର ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା । ଅନ୍ୟପଟେ ଆଜି ସନ୍ଧ୍ୟାରେ ଆଡପ ମଣ୍ଡପ ବିଜେ କରିବେ ବ୍ରହ୍ମାଣ୍ଡଠାକୁର । 

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.