thumbnail

ମାଉସୀ ଘରକୁ ଗଲେ ବଳଦେବଜିଉ, ଉତ୍ସବମୁଖର କେନ୍ଦୁଝର - rath yatra celebrated in kendujhar

By ETV Bharat Odisha Team

Published : Jul 8, 2024, 3:51 PM IST

କେନ୍ଦୁଝର: ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ନେଇ ଉତ୍ସବମୁଖର କେନ୍ଦୁଝର ଜିଲ୍ଲା । ଆଜି ଘୋଷଯାତ୍ରାର ଦ୍ଵିତୀୟ ଦିନ । ଦୀର୍ଘ ୫୩ ବର୍ଷ ପରେ ଦୁଇ ଦିନିଆ ରଥଯାତ୍ରା ପାଳନ ହେଉଥିବାରୁ ଉତ୍ସବମୁଖର କେନ୍ଦୁଝର ଜିଲ୍ଲା । ଗତକାଲି ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜିଉଙ୍କ ପହଣ୍ଡି ପରେ ରଥଟଣା ବନ୍ଦ ହୋଇଥିଲା । ଗତକାଲି ବଳଦେବଜିଉଙ୍କ ନବଯୌବନ ବେଶ ପରେ ରୀତିନୀତି ଅନୁସାରେ ଧାଡ଼ି ପହଣ୍ଡି କରି ବିଶ୍ବର ବୃହତମ ରଥ ନନ୍ଦିଘୋଷ ରଥ ଉପରକୁ ବିଜେ ହୋଇଥିଲେ ମହାବାହୁ । କିନ୍ତୁ ଏହି ରୀତିନୀତି ସରିବା ବେଳକୁ ସନ୍ଧ୍ୟା ହୋଇ ଯାଇଥିବା ବେଳେ ନିୟମ ଅନୁଯାୟୀ ରଥଟଣା ବନ୍ଦ ହୋଇଥିଲା । ଆଜି ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସକାଳ ଧୂପ ପରେ ଦିନ ୧୧ ଟା ସମୟରେ ରଥଟଣା ଆରମ୍ଭ ହୋଇଥିଲା । ପୋଲିସ ବାହିନୀ, ସ୍ଵେଚ୍ଛାସେବୀ ଓ କିଛି ଭକ୍ତଙ୍କ ଗହଣରେ ଶ୍ରୀଜିଉ ବଡ଼ଦାଣ୍ଡରେ ଲୀଳାଖେଳ କରି ନବ ଦିନାତ୍ମକ ଯାତ୍ରା ପାଇଁ ମାଉସୀ ମା’ଙ୍କ ଘରେ ପହଞ୍ଚିଛ ନ୍ତି। ଆଜି ସନ୍ଧ୍ୟାରେ ସନ୍ଧ୍ୟା ଧୂପ ପରେ ତିନି ଠାକୁରଙ୍କ ପହଣ୍ଡି ହୋଇ ମାଉସୀ ମାଙ୍କ ଘର ଭିତରକୁ ନିଆଯିିବ ବୋଲି ଜଣାପଡ଼ିବ । ଆଜିର ଏହି ରଥଯାତ୍ରା ସୁରୁଖୁରରେ ଅନୁଷ୍ଠିତ ହୋଇଥିବା ବେଳେ ଭକ୍ତ ମନେ ମଧ୍ୟ ବେଶ ଭାବବିଭୋର ହୋଇଥିବା ଦେଖିବାକୁ ମିଳିଛି । 

ଏହା ମଧ୍ୟ ପଢନ୍ତୁ: ବିଶ୍ବର ସର୍ବ ବୃହତ କେନ୍ଦୁଝର ରଥ ନିର୍ମାଣ ଜାରି, ନନ୍ଦିଘୋଷ ରଥରେ ଯାଆନ୍ତି ବଳଦେବଜୀଉ 

କେନ୍ଦୁଝର, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.