ପାରାଦ୍ୱୀପ ସମୁଦ୍ର କୂଳରେ ଲାଗିଲା 100 KG ଓଜନର ବିରଳ ଡ଼ଲଫିନ - dolphin in Paradeep beach - DOLPHIN IN PARADEEP BEACH

🎬 Watch Now: Feature Video

thumbnail

By ETV Bharat Odisha Team

Published : Jul 24, 2024, 8:11 AM IST

Dolphin fish rescued from Paradeep beach: ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ସମୁଦ୍ର ଉପକୂଳରେ ଦେଖିବାକୁ ମିଳିଛି ଏକ ବିରଳ ପ୍ରଜାତିର ଡଲଫିନ୍ ମାଛ । ଏହି ଡଲଫିନଟି ପାରାଦୀପ ଲାଇଟହାଉସ୍ ନିକଟସ୍ଥ ସମୁଦ୍ର କୂଳରେ ଜୀବିତ ଅବସ୍ଥାରେ ଛଟପଟ ହେଉଥିବା ବେଳେ ପାରାଦୀପର ଷଣ୍ଢକୁଦ ବସ୍ତି ଅଞ୍ଚଳର ଭାସ୍କର ଆଚାରୀ ନାମକ ଜଣେ ଯୁବକ ଏହି ଡଲଫିନକୁ ପ୍ରଥମେ ଦେଖିଥିଲେ । ପାଖାପାଖି 100 କିଲୋ ଓଜନର ଏହି ବିରଳ ପ୍ରଜାତିର ଡ଼ଲଫିନ ଜାଲ ସୂତାରେ ଗୁଡ଼ାଇ ହୋଇ ସମୁଦ୍ର ଲହଡ ରେ କୂଳକୁ ଚାଲି ଆସିଥିଲା । ଏହି ଡଲଫିନ ମୁହଁରେ ମାଛଧରା ଜାଲର ଅଡ଼ୁଆ ସୁତା ସବୁ ଗୁଡେ଼ଇ ହୋଇ ଯାଇଥିବାରୁ ଡଲଫିନଟି ପାଟି ଖୋଲି ପାରୁନଥିଲା କି ଚଳପ୍ରଚଳ ମଧ୍ୟ ହୋଇ ପାରୁନଥିଲା । ସ୍ଥାନୀୟ ଲୋକେ ଏହାଦେଖି ଡଲଫିନ୍ ମୁହଁରୁ ଜାଲ ସୁତା କାଢି ଦେଇ ତାକୁ ସମୁଦ୍ର ପାଣିରେ ଛାଡିଦେଇଥିଲେ । ଡଲଫିନଟି ସମ୍ପୁର୍ଣ୍ଣ ସୁସ୍ଥ ଅବସ୍ଥାରେ ସମୁଦ୍ର ମଧ୍ୟକୁ ଚାଲିଯାଇଥିଲା । ତେବେ ଯୁବକ ଜଣଙ୍କ ଡଲଫିନ ପ୍ରତି ଏପରି ମାନବିକତା ଦେଖାଇଥିବାରୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି ।

ଏହାମଧ୍ୟ ଦେଖନ୍ତୁ... ଛେଳିକୁ ଗିଳି ଦେଲା 12 ଫୁଟିଆ ଅଜଗର ସାପ - Python Swallows Goat

ଇଟିଭି ଭାରତ,  ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.