ରାକ୍ଷୀରେ ରାଜ୍ୟର ମହିଳାଙ୍କୁ ମୋହନଙ୍କ ପ୍ରତିଶ୍ରୁତି, ସବୁ ସୁଭଦ୍ରାଙ୍କ ସୁରକ୍ଷା ଦାୟିତ୍ବ ମୋର - CM On Rakhi Purnima

By ETV Bharat Odisha Team

Published : Aug 19, 2024, 5:22 PM IST

thumbnail
CM On Rakhi Purnima (ETV Bharat Odisha)

ଭୁବନଶ୍ବର: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ରାଜ୍ୟର ସମସ୍ତ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, "ରାଜ୍ୟର ପ୍ରତେକ ଭଉଣୀମାନଙ୍କୁ ସୁରକ୍ଷାର ପରିଶ୍ରୁତି ଦେଉଛି । ସମସ୍ତେ ଯେମିତି ସୁଖରେ ରହିବେ ସୁରକ୍ଷିତ ରହିବେ ତାର ମଧ୍ୟ ପ୍ରତିଶ୍ରୁତି ଦେଉଛି । ସୁଭଦ୍ରା ଯୋଜନାରେ ସେମାନଙ୍କ ସୁରକ୍ଷା ଆଉ ସମୃଦ୍ଧି ପାଇଁ ଯୋଜନା ହୋଇଛି ।"

ଏହା ବି ପଢନ୍ତୁ...ରାକ୍ଷୀ ପୂର୍ଣ୍ଣିମାରେ ମହିଳା ସୁରକ୍ଷାର ବାର୍ତ୍ତା ଦେଲେ ରାଷ୍ଟ୍ରପତି; ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ - Raksha Bandhan 2024

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, "ସମସ୍ତ ଭଉଣୀମାନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରୁଛି। ସବୁ ଭଉଣୀମାନେ ସୁରକ୍ଷାରେ ରହିବା ସହିତ ମୋର ସବୁ ଓଡିଶାବାସୀ ସୁଖରେ ରୁହନ୍ତୁ । ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି, ଓଡିଶାବାସୀଙ୍କ ମଙ୍ଗଳ ହେଉ। ମୋର ସବୁ ସୁଭଦ୍ରା ଭଉଣୀମାନେ ସୁଖରେ ରୁହନ୍ତୁ।" ସେହିପରି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜେପି ରାଜ୍ୟ ସଭାପତିଙ୍କୁ ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ରାକ୍ଷୀ ବାନ୍ଧିଥିଲେ । 


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.