thumbnail

By ETV Bharat Odisha Team

Published : Jun 14, 2024, 10:50 PM IST

ETV Bharat / Videos

ଜମିଲା ପହିଲି ରଜ, ଫାୟାର ପାନ ସାଙ୍ଗକୁ ଦୋଳିର ମଜା ନେଲେ କଟକବାସୀ - RAJA CELEBRATION 2024

Raja Celebration: କଟକ:  ପହିଲି ରଜକୁ ଖୁବ୍ ଧୁମଧାମରେ ପାଳନ କରିଛନ୍ତି କଟକବାସୀ । ପିଠାପଣା ସହ ପାନର ମଜା ଉଠାଇଛନ୍ତି କଟକବାସୀ। ଭେରାଇଟି ପାନ ମଧ୍ୟରେ 'ଫାୟାର ପାନ' ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ସେହିପରି ଦୋଳିରେ ଝୁଲିବା ସହ ପୋଡ଼ ପିଠା , ମିଠା ଆଦି ଖାଇ ଝିଅ ବୋହୂମାନେ ଆନନ୍ଦ ଉଲ୍ଲାସର ସହ ଆଜିର ଦିନକୁ ଉପଭୋଗ କରିଛନ୍ତି । 

ଏହା ବି ପଢନ୍ତୁ...ପହିଲି ରଜରେ ଗାଁଠୁ ସହର ଉତ୍ସବମୁଖର, ଜଗତସିଂହପୁରରେ ରଜ ପାଳନ - Raja Celebration In Jagatsinghpur

କଟକ ଛତ୍ର ବଜାର ବଳଭଦ୍ରପୁରଠାରେ ରଜକୁ ଖୁବ ଧୁମଧାମରେ ପାଳନ କରିଛନ୍ତି କୁମାରୀ ଝିଅମାନେ । ପ୍ରଥମେ ବଳଭଦ୍ରପୁରର ବରିଷ୍ଠ ବ୍ୟକ୍ତି ବିଶଷ ରଜ ଦୋଳିକୁ ଉଦଘାଟନ କରିଥିଲେ । ପରେ ଝିଅମାନେ ପରସ୍ପର ପରସ୍ପରକୁ ପୋଡ଼ ପିଠା ଖୁଆଇ ରଜ ମଉଜ କରିଥିଲେ । ତେବେ କେବଳ ଦୋଳି ଖେଳ ନୁହେଁ, ବିଭିନ୍ନ ପ୍ରକାରର ପ୍ରକାରର ପିଠା, ମିଠା ସାଙ୍ଗକୁ ଗୁପ୍ ଚୁପ୍, ଦହିବରା ଆଳୁଦମ ଏବଂ ରଜ ପାନର ପସରାରେ ମହକି ଉଠିଛି କଟକ ସହର । 


ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.