ନୂଆପଡାରେ ପୌଷ ପୁର୍ଣ୍ଣିମା ପାଳନ, ଅନୁଷ୍ଠିତ ହେଲା ଘିଅ ପୋଡା ଯଜ୍ଞ - ନୂଆପଡାରେ ପୌଷ ପୁର୍ଣ୍ଣିମା ପାଳନ
🎬 Watch Now: Feature Video
Published : Jan 25, 2024, 10:59 PM IST
Pushya Purnima : ନୂଆପଡା : ଜିଲ୍ଲାରେ ପାଳିତ ହେଲା ପୌଷ ପୁର୍ଣ୍ଣିମା । ଅଲେଖ ମହିମା ମଠରେ ଘିଅ ପୋଡା ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ତୁକୁଳା ଗାଁ ଅଲେଖ ମହିମା ମଠରେ ମହିମା ଧର୍ମାବଳି ବାବାଙ୍କ ଘିଅ ପୋଡ଼ା ଯଜ୍ଞ ଆୟୋଜିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମଠ ଠାରେ ଅଲେଖ ଧର୍ମା ବଲମ୍ବି ମାନଙ୍କ ଭିଡ ଦେଖିବାକୁ ମିଲିଥିଲା ।
ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀଜିଉଙ୍କ ପୁଷ୍ୟାଭିଷେକ ନୀତି, ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ
ପଶ୍ଚିମ ଓଡିଶାର ବିଭିନ୍ନ ପ୍ରାନ୍ତ ଏବଂ ପଡୋଶି ରାଜ୍ୟ ଛତିଶଗଡ଼ର ରାୟପୁର ସହରରୁ ଅନ୍ଦମଣି ବାବାଙ୍କ ମଠକୁ ଲୋକ ଆସିଥିଲେ । ସଦ୍ଧ୍ୟାରେ ଅଲେଖ ମହିମାଙ୍କୁ ପୁଜା ଆରାଧନା କରିବା ସହ ଝାଡ ଦୀପ ପ୍ରଜ୍ଜଲିତ ହୋଇଥିଲା । ତେବେ ଜଗତର ମଙ୍ଗଳ କାମନା କରି ନିଆଁ କୁଣ୍ଡରେ ଧୂପ, ଦୀପ, ନଡିଆ ଓ ଘିଅ ଅର୍ପଣ କରାଯାଇଥିଲା । ଯଜ୍ଞ ଅବସରରେ ରାତ୍ରି ତମାମ ବିଭିନ୍ନ ପ୍ରକାର ସାଂସ୍କତିକ କାଯ୍ୟକ୍ରମ ଆୟୋଜିତ ହୋଇଛି ।
ଇଟିଭି ଭାରତ, ନୂଆପଡା