ଦର୍ଶନ କରନ୍ତୁ ଶ୍ରୀମନ୍ଦିରରେ ପଟିଦିଅଁଙ୍କ ମଙ୍ଗଳ ଆଳତି, ଶୁଭମୟ ହେବ ଦିନ - Lord Patidian Mangala Alati

By ETV Bharat Odisha Team

Published : Jul 3, 2024, 7:40 AM IST

thumbnail
Lord Patidian Mangala Alati (ETV Bharat Odisha)

Lord Patidian Mangala Alati ପୁରୀ: ସୁସ୍ଥ ହେଲେ ଶ୍ରୀଜିଉ । ବିଜେ କାହାଳୀ, ଘଣ୍ଟା ଘଣ୍ଟାରେ କମ୍ପିଲା ଶ୍ରୀମନ୍ଦିର ପରିସର  । ସ୍ନାନଯାତ୍ରାରେ ଅତ୍ୟଧିକ ସ୍ନାନ କରି ଜ୍ୱରରେ ପୀଡିତ ମହାବାହୁ ଦଶମୂଳ ମୋଦକ ଖାଇ ସୁସ୍ଥ ହୋଇଛନ୍ତି । ଆଜି ଅର୍ଥାତ ଦ୍ୱାଦଶୀ ତିଥିରେ ଦାରୁବ୍ରହ୍ମ ସୁସ୍ଥ ବାର୍ତ୍ତା ରାଜନଅରରେ ପହଞ୍ଚିବ  । ତେବେ ଚତୁର୍ଦ୍ଧାମୂର୍ତ୍ତି ସୁସ୍ଥ ହେବା ପରେ କୋଳାହଳମୟ ହୋଇଉଠିଛି ଶ୍ରୀମନ୍ଦିର ପରିସର  । ଅନ୍ୟପଟେ ମହାପ୍ରଭୁ ଅଣସର ଘରେ ଥିବାରୁ ଜଗମୋହନରେ ବିଜେ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ପଟିଦିଅଁ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀ ନାରାୟଣ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ବରୀ ଓ ବଡଠାକୁର ଶ୍ରୀ ବଳଭଦ୍ରଙ୍କ ଆସ୍ଥାନରେ ଅନନ୍ତ ବାସୁଦେବଙ୍କ ପଟିଦିଅଁ ପୂଜା ପାଉଛନ୍ତି । ଜ୍ବର ଉପଶମ ହେବା ପରେ ଠାକୁରଙ୍କ ନବଯୌବନ ବେଶ ପର୍ଯ୍ୟନ୍ତ ଏହି ନୀତି ଜାରି ରହିବ । ଆଜି ସକାଳୁ ପଟିଦିଅଁଙ୍କ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହୋଇଛି । ଘଣ୍ଟ ଘଣ୍ଟାରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର  ।  ଦେଖନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତି । 

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.