ପାଖେଇ ଆସୁଛି ରଥଯାତ୍ରା, ତିନି ରଥରେ ବସିଲା କନକମୁଣ୍ଡି ସାଙ୍ଗି ନିର୍ମାଣ ଶେଷ - PURI RATH YATRA 2024 - PURI RATH YATRA 2024

🎬 Watch Now: Feature Video

thumbnail

By ETV Bharat Odisha Team

Published : Jul 1, 2024, 12:40 PM IST

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ଘୋଷଯାତ୍ରା । ଭାଇଭଉଣୀଙ୍କୁ ସାଙ୍ଗରେ ଧରି ରଥରେ ବସି ଜନ୍ମବେଦୀକୁ ଯିବେ କାଳିଆ ସାଆନ୍ତେ । ରଥଯାତ୍ରାକୁ ଆଉ ମାତ୍ର ଦିନ କେଇଟା ଥିବାରୁ ଜୋରସୋରେ ଆଗେଇ ଚାଲିଛି ରଥ କାମ । ଶେଷ ପର୍ଯ୍ୟାୟରେ ପହଞ୍ଚିଛି ରଥ ନିର୍ମାଣ କାର୍ଯ୍ୟ । ଆଜି ରଥର ସିଂହାସନ ବେଦୀ  ପ୍ରଥମ ଭୂଇଁ ଉପର ମଧ୍ୟ ଭାଗରେ 'କନକମୁଣ୍ଡି ' ବସାଯାଇଛି । କନକ ମୁଣ୍ଡିରୁ ୪ଗୋଟି କାଣ୍ଡ ଏବଂ ୨୦ ଗୋଟି ରୁଅ ଗମ୍ବୁଜ କାର ଭାବେ ଲଗାଯାଇଛି । ତିନି ରଥର ମହାରଣା ସେବକ ମାନେ ତିନି ରଥରେ ସ୍ଥାପନ ପାଇଁ ଗୋଟିଏ ଗୋଟିଏ ବିଜେ ଚକାର ଗୋଲାକାର କରି ରଞ୍ଜାମରା କାର୍ଯ୍ୟ ବାକି ରହିଛି । ଆଜି ମହାରଣା ସେବକ ମାନେ ତିନି ରଥର ଦୁଇଟି ଲେଖାଏଁ ୨୦ ଫୁଟିଆ ସାଙ୍ଗୀ ନିର୍ମାଣ ଶେଷ କରିଛନ୍ତି। 

ଏହା ମଧ୍ୟ ପଢନ୍ତୁ-ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, 3 ରଥର ଦଣ୍ଡା ଫ୍ରେମ ପ୍ରସ୍ତୁତି ଶେଷ - Ratha Khala Update

ଏହି ସାଂଗୀ ଦ୍ଵାରା ରଥ ଦଉଡ଼ି ଠାରୁ ଆରମ୍ଭ କରି ଆବଶ୍ୟକ ଜିନି ସାତ ରଥ ନିକଟକୁ ନେବା ଆଣିବାରେ ସହାୟକ ଦୃଷ୍ଟିରୁ ଏହା ଭୋଇ ସେବକ ମାନଙ୍କ ପାଇଁ ନିର୍ମାଣ କରାଯାଇଛି। ତିନି ରଥ ସାରଥିଙ୍କ ମରାମତି କାର୍ଯ୍ୟ ରୂପକାର ସେବକ ମାନେ ଶେଷ କରିଛନ୍ତି । ଜଏଣ୍ଟ ସ୍ଥାନ ଗୁଡିକରେ ଯଥା ଅଣ୍ଟା, କାନ୍ଧ,ହାତ କହୁଣି ଇତ୍ୟାଦି ସ୍ଥାନରେ କଣ୍ଟା, ବାଗିଆ କଣ୍ଟା ବସାଇ ଏହି ମରାମତି କାର୍ଯ୍ୟ ସେ ଶେଷ କରିବା ପରେ ଚିତ୍ରକାର ସେବକ ମାନେ ସାରଥି ମାନଙ୍କ ରଙ୍ଗ କାର୍ଯ୍ୟ ଆରମ୍ଭ କରିଛନ୍ତି। ଦରଜୀ ସେବକ ମାନେ ତିନି ରଥର ୧୨ ଗୋଟି ଦୁଆର ବେଢ଼ା ପାଇଁ କଟିଙ୍ଗ କନାରେ ଜାରି ଲେସ, ଚାନ୍ଦି ଜରିରେ ଫୁଲ ଡାଳି ପକାଇ ଦୁଆର ବେଢ଼ା କନା କାମ ଶେଷ  କରିଛନ୍ତି । ପରେ ଛନ୍ଦ୍ର ଶାଳୀ, ଅଁଳା ଶ୍ରୀରେ ଲେସ ଫୁଲ ପଡ଼ି ହାତ ସିଲାଇ କାର୍ଯ୍ୟ ଜାରି ରହିଛି । ଚିତ୍ରକାର ସେବକ ମାନେ ଦୁଆର ବେଢ଼ା ଗୁଡିକରେ ଚିତ୍ରକାର୍ଯ୍ୟ ଶେଷ କରିବା ସହ, ରଥ ବାହ୍ୟ ଅଂଶ ଏବଂ ପାର୍ଶ୍ଵ ଦେବ ଦେବୀ, ନାଟ ଗୋଡ ଇତ୍ୟାଦିରେ ଚିତ୍ର ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି। ଦୋଳ ବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ତିନି ରଥର ପ୍ରଭା କଣ୍ଟା, ସିଂହାସନ ଗଣ୍ଠି କଣ୍ଟା ଏବଂ ଧ୍ଵଜ ବତା କଣ୍ଟା ନିର୍ମାଣ ଜାରି ରଖିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.