ନୀଳାଦ୍ରିନାଥଙ୍କ ନୀଳାଚଳ ବିଜେ, ଶ୍ରୀକ୍ଷେତ୍ର ଧାମରୁ ଦେଖନ୍ତୁ LIVE - Niladri Bije

By ETV Bharat Odisha Team

Published : Jul 19, 2024, 5:16 PM IST

Updated : Jul 19, 2024, 10:48 PM IST

thumbnail
ପୁରୀ: ଆଜି ଦାରୁଦିଅଁଙ୍କ ନୀଳାଦ୍ରି ବିଜେ । ଏହା ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟ । ଜନ୍ମବେଦୀରୁ ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିର ସମ୍ମୁଖରେ ରଥାରୂଢ ହୋଇଥିବା ଚତୁର୍ଦ୍ଧାମୂର୍ତ୍ତି ନୀଳକନ୍ଦରକୁ ବିଜେ କରୁଛନ୍ତି । ସ୍ନାନଯାତ୍ରାରୁ ଛାଡ଼ିଥିବା ରତ୍ନ ସିଂହାସନରେ ଆଜି ପୁନଃ ଅବସ୍ଥାପିତ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ, ବଡ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା । ରଥରୁ ଗୋଟି ପହଣ୍ଡିରେ ଓହ୍ଲାଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ । ଏକାଦଶୀରେ ସୁନାବେଶ, ଦ୍ୱାଦଶୀରେ ଅଧରପଣା ଓ ଆଜି ତ୍ରୟୋଦଶୀ ତିଥିରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେଉଛି । ନୀଳାଦ୍ରି ବିଜେ ନୀତି କିଭଳି ଶୃଙ୍ଖଳିତ ହୋଇପାରିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛି । ନୀଳାଦ୍ରି ବିଜେ ପାଇଁ ଲୋକରାଣ୍ୟ ହୋଇଛି ଶ୍ରୀକ୍ଷେତ୍ର । ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଛୁଟି ଆସିଛନ୍ତି । ଶ୍ରୀକ୍ଷେତ୍ରରୁ ଦେଖନ୍ତୁ ନୀଳାଦ୍ରିନାଥ ଜଗନ୍ନାଥଙ୍କ ନୀଳାଚଳ ବିଜେର ସିଧାପ୍ରସାରଣ....
Last Updated : Jul 19, 2024, 10:48 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.