ଗୋଟି ପହଣ୍ଡିରେ ଗେହ୍ଲୀ ଭଉଣୀ, ବଡ଼ଦାଣ୍ଡରୁ ବଡ଼ଦେଉଳକୁ ବାହୁଡିଲେ ଦେବୀ ସୁଭଦ୍ରା - Niladri Bije Of Devi Subhadra

By ETV Bharat Odisha Team

Published : Jul 19, 2024, 11:08 PM IST

thumbnail
Niladri Bije Goti Pahandi Of Maa Subhadra (DD)

ପୁରୀ: ବଡ଼ଦାଣ୍ଡରେ ସରିଲା 12 ଦିନର ଲୀଳାଖେଳା । ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରାର ଶେଷ ଅଙ୍କ ନୀଳାଦ୍ରି ବିଜେ । ଗୋଟି ପହଣ୍ଡିରେ ବଡ଼ଦେଉଳକୁ ବାହୁଡିଲେ ବିଶ୍ବନିୟନ୍ତାଙ୍କ ଗେହ୍ଲୀ ଭଉଣୀ ଦେବୀ ସୁଭଦ୍ରା । ଘୋଷଯାତ୍ରାର ଅନ୍ତିମ ପର୍ବରେ ବଡ଼ ଠାକୁର ବଳଭଦ୍ରଙ୍କ ପରେ ଭଉଣୀ ସୁଭଦ୍ରା ରତ୍ନ ସିଂହାସନକୁ ବିଜେ କରିଛନ୍ତି । ଏହାପରେ ନୀଳକନ୍ଦରକୁ ବିଜେ କରିବେ ନୀଳମଣୀ କାଳିଆ ସାଆନ୍ତ । ଗୋଟି ପହଣ୍ଡିରେ ବଡ଼ ଦେଉଳକୁ ବାହୁଡ଼ିଛନ୍ତି ବଡ଼ ଠାକୁର ବଳଭଦ୍ର । ପୁଷ୍ପାଳକ ମହାଜନମାନେ ସର୍ବପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ହସ୍ତରେ ଧରି ଦକ୍ଷିଣୀ ଘରକୁ ବିଜେ କରାଇଥିଲେ । ଏହାପରେ ଗୋଟି ପହଣ୍ଡି କ୍ରମରେ ସୁଦର୍ଶନ ଓ ବଳଭଦ୍ରଙ୍କୁ ପହଣ୍ଡି କରି ଗମ୍ଭୀରାକୁ ବିଜେ କରାଯାଇଛି । ପରମ୍ପରା ଅନୁଯାୟୀ, ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ, ଅଧରପଣା  ପରଦିନ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରି ରତ୍ନ ସିଂହାସନରେ ଅଧିଷ୍ଠିତ ହେବେ । 
 

ଏହା ମଧ୍ୟ ପଢ଼ନ୍ତୁ...ଗୋଟି ପହଣ୍ଡିରେ ବଡ଼ ସାଆନ୍ତେ, ବଡ଼ଦାଣ୍ଡରୁ ବଡ଼ଦେଉଳକୁ ବାହୁଡିଲେ ବଡ଼ ଠାକୁର - Niladri Bije Of Lord Balabhadra

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.