ଗୋଟି ପହଣ୍ଡିରେ ବଡ଼ ସାଆନ୍ତେ, ବଡ଼ଦାଣ୍ଡରୁ ବଡ଼ଦେଉଳକୁ ବାହୁଡିଲେ ବଡ଼ ଠାକୁର - Niladri Bije of Lord Balabhadra

By ETV Bharat Odisha Team

Published : Jul 19, 2024, 9:41 PM IST

thumbnail
ଗୋଟି ପହଣ୍ଡିରେ ବଡ଼ ସାଆନ୍ତେ (DD)

ପୁରୀ: ସରିଲା 12 ଦିନର ଲୀଳାଖେଳା । ଗୋଟି ପହଣ୍ଡିରେ ବଡ଼ଦେଉଳକୁ ବାହୁଡିଲେ ବଡ଼ ଠାକୁର । ଘୋଷଯାତ୍ରାର ଅନ୍ତିମ ପର୍ବରେ ବଡ଼ ଠାକୁର ପ୍ରଥମେ ରତ୍ନ ସିଂହାସନକୁ ବିଜେ କରିଛନ୍ତି । ଏହାପରେ ସାନ ଭଉଣୀ ସୁଭଦ୍ରା ଓ ଶେଷରେ କାଳିଆ ସାଆନ୍ତ ବଡ଼ ଦେଉଳକୁ ବିଜେ କରିବେ । ପୁଷ୍ପାଳକ ମହାଜନମାନେ ସର୍ବପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ହସ୍ତରେ ଧରି ଦକ୍ଷିଣୀ ଘରକୁ ବିଜେ କରାଇଛନ୍ତି । ଏହାପରେ ସୁଦର୍ଶନଙ୍କୁ ଗୋଟି ପହଣ୍ଡିରେ ବିଜେ କରାଯାଇଥିଲା । ଏହି କ୍ରମରେ ବଳଭଦ୍ର ଗୋଟି ପହଣ୍ଡିରେ ନୀଳକନ୍ଦକୁ ବିଜେ କରିଛନ୍ତି । ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରାର ଶେଷ ଅଙ୍କ ନୀଳାଦ୍ରି ବିଜେ । ଗତକାଲି ଅଧରପଣା ନୀତି ଅନୁଷ୍ଠିତ ହୋଇଥିବା ବେଳେ ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହୋଇଛି । ଭକ୍ତଙ୍କ ଗହଳି ଚହଳିରେ ପ୍ରଥମେ ବଡ଼ ଠାକୁର ବଳଭଦ୍ର ବଡ଼ଦେଉଳକୁ ବାହୁଡିଛନ୍ତି ।  

ଏହା ବି ପଢନ୍ତୁ- ନୀଳାଦ୍ରି ବିଜେ ନୀତି ଆରମ୍ଭ, ନୀଳକନ୍ଦର ବାହୁଡ଼ିବେ ନୀଳାଚଳିଆ

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.