ଦିଆସିଲି କାଠିରେ ରଥ ନିର୍ମାଣ କରି ଚର୍ଚ୍ଚାରେ ପିପିଲିର ଚାନ୍ଦୁଆ କାରିଗର ଅକ୍ଷୟ ମହାପାତ୍ର - Matchstick Ratha

By ETV Bharat Odisha Team

Published : Jul 5, 2024, 4:34 PM IST

thumbnail
Chariot By Matchstick And Icecream Stick (ETV Bharat Odisha)

Ratha Yatra 2024: ନିମାପଡ଼ା: ଚର୍ଚ୍ଚାରେ ପିପିଲିର ଚାନ୍ଦୁଆ କାରିଗର ଅକ୍ଷୟ ମହାପାତ୍ର । ଦିଆସିଲି କାଠିରେ ରଥ ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି ଅକ୍ଷୟ । ଗତ ବର୍ଷ ସୋଲରେ ରଥ ନିର୍ମାଣ କରିଥିବା ବେଳେ ଚଳିତ ବର୍ଷ ଦିଆସିଲି ଓ ଆଇସକ୍ରିମ କାଠିରେ ରଥ ନିର୍ମାଣ କରିଛନ୍ତି । ପେଶାରେ ଜଣେ ଚାନ୍ଦୁଆ କାରିଗର । ବଂଶାନୁକ୍ରମେ ଚାନ୍ଦୁଆରେ ହାତ ତିଆରି କାରୁକାର୍ଯ୍ୟ କରି ଆସୁଥିବା ଅକ୍ଷୟ ମଧ୍ୟ ଜଣେ ଯୁବ ଚାନ୍ଦୁଆ କାରିଗର ଭାବରେ ପରିଚିତ । ସବୁବେଳେ ଛୁଞ୍ଚି ସୂତାରେ ନିଜର ହାତର କମାଲ ଦେଖାଇ ଆସୁଥିବା ଅକ୍ଷୟ ଚଳିତ ବର୍ଷ ଦିଆସିଲି କାଠିରେ ନିର୍ମାଣ କରିଛନ୍ତି ରଥ । ଦେଢ଼ ଫୁଟ ଉଚ୍ଚତାର ଏହି ରଥରେ ଦିଆସିଲି ଓ ଆଇସକ୍ରିମ କାଠିକୁ ବ୍ୟବହାର କରାଯାଇଛି । ଏହି ରଥ ନିର୍ମାଣ ପାଇଁ ଅକ୍ଷୟଙ୍କୁ ପ୍ରାୟ ଦେଢ଼ ମାସ ସମୟ ଲାଗିଥିବା ବେଳେ ନିଜର ବେଉସା ଚାନ୍ଦୁଆ କାମ ସାରି ପ୍ରତି ଦିନ ରାତିରେ ରଥ କାମ କରୁଥିଲେ ଅକ୍ଷୟ । 

ଜଗନ୍ନାଥଙ୍କ ଭକ୍ତ ଭାବରେ ପରିଚିତ ଅକ୍ଷୟ ସୁନ୍ଦର ଭାବରେ ରଥ ପ୍ରସ୍ତୁତ କରି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ରଥରେ ବିଜେ କରିଛନ୍ତି । ୧୮୭୦ ଦିଆସିଲି କାଠି ଓ ୧୫୦ଟି ଆଇସକ୍ରିମ କାଠି ରଥ ନିର୍ମାଣ କାର୍ଯ୍ୟରେ ଲାଗିଛି । ରଥ କାମ କରି ଅକ୍ଷୟ ବେଶ ଉତ୍ସାହିତ ଥିବା ବେଳେ ପୁଅର ଏଭଳି କାମ ପାଇଁ ବେଶ ଖୁସି ବ୍ୟକ୍ତ କରିଛନ୍ତି ମାଆ । ସେପଟେ ଚାନ୍ଦୁଆ କାରିଗର ଅକ୍ଷୟଙ୍କ ଏଭଳି ଉଦ୍ୟମ ପାଇଁ ପିପିଲିରେ ବିଭିନ୍ନ ମହଲରୁ ଅକ୍ଷୟଙ୍କୁ ପ୍ରଶଂସା କରାଯାଉଛି । ଅକ୍ଷୟ ଜଣେ ଚାନ୍ଦୁଆ କାରିଗର ହୋଇଥିବା ବେଳେ ଦିଆସିଲି କାଠିରେ ରଥ ନିର୍ମାଣ କରି ପିପିଲି ପାଇଁ ଗୌରବ ଆଣିଛନ୍ତି । ମହାପ୍ରଭୁଙ୍କ ପାଇଁ ଅନେକ ସ୍ଥାନରେ ଭକ୍ତମାନେ ଏହିଭଳି କାମ କରି ଚର୍ଚ୍ଚା ପରିସରକୁ ଆସିଥିବା ବେଳେ ଚାନ୍ଦୁଆ କାରିଗର ଅକ୍ଷୟ ଏହି ରଥ ନିର୍ମାଣ କରି ପୁଣିଥରେ ସମସ୍ତଙ୍କ ନଜରକୁ ଆସିଛନ୍ତି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.