ପୁରୀ ବାଣ ବିସ୍ପୋରଣ ଘଟଣା: SCBରେ ଦ୍ୱିତୀୟ ମୃତ୍ୟୁ - Cracker Blast Tragedy

By ETV Bharat Odisha Team

Published : Jun 1, 2024, 4:26 PM IST

thumbnail
Crackers Blast Tragedy (ETV Bharat Odisha)

Crackers Blast Tragedy: କଟକ: ପୁରୀ ବାଣ ବିସ୍ଫୋରଣ ଘଟଣା । ପୁଣି ବଢିଲା ମୃତ୍ୟୁ ସଂଖ୍ୟା । ଏସସିବି ମେଡିକାଲରେ ଦ୍ୱିତୀୟ ଆହତଙ୍କ ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ଶଙ୍କର ବେହେରା । ତାଙ୍କ ବୟସ 38 ବର୍ଷ ହୋଇଥିବା ଜଣାପଡ଼ିଛି । ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା 8କୁ ବୃଦ୍ଧି ପାଇଛି । ପ୍ଲାଷ୍ଟିକ ସର୍ଜରୀ ବିଭାଗର ଭେଣ୍ଟିଲେଟରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଜୀବନ ଯାଇଛି । ବିସ୍ପୋରଣରେ ତାଙ୍କ ଶରୀରର ପ୍ରାୟ ଶତ ପ୍ରତିଶତ ଜଳିଯାଇଥିବା କହିଛନ୍ତି ଡାକ୍ତର। ଆଜି (ଶନିବାର) ଭୋର ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି ଏସସିବି ମେଡିକାଲ ଅଧିକ୍ଷକ ପ୍ରଫେସର ଡକ୍ଟର ସୁଧାଂଶୁ ଶେଖର ମିଶ୍ର । ବର୍ତ୍ତମାନ ସୁଦ୍ଧା 6 ଜଣ ଆହତଙ୍କ ଚିକିତ୍ସା ଜାରି ରହିଥିଲାବେଳେ ସେଥମଧ୍ୟରୁ 3 ଜଣ ଜେନେରାଲ ସର୍ଜରୀ ବିଭାଗରେ ଅଛନ୍ତି ।

ଏହା ବି ପଢନ୍ତୁ...ପୁରୀ ବାଣ ବିସ୍ଫୋରଣ ଘଟଣା, 8କୁ ବଢିଲା ମୃତ୍ୟୁ ସଂଖ୍ୟା - PURI CRACKER TRAGEDY

ସେହିପରି ପ୍ଲାଷ୍ଟିକ ସର୍ଜରୀ ବିଭାଗର 2 ଜଣ ଆଇସିୟୁରେ ଓ ଜଣେ ଆହତ ଜେନେରାଲ ୱାର୍ଡରେ ରହିଛନ୍ତି । ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଗୁରୁତର ରହିଛି । ତେବେ ଶଙ୍କରଙ୍କ ଚିକିତ୍ସା ପାଇଁ ସବୁ ବ୍ୟବସ୍ଥା କରାଯାଇଥିଲେ ସୁଦ୍ଧା ତାଙ୍କ ଶରୀର ଶତ ପ୍ରତିଶତ ଜଳିବା କାରଣରୁ ତାଙ୍କର ମୃତ୍ୟୁ ଘଟିଛି । ମୃତଦେହ ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ। ପୁରୀରେ ଏହି ଅଘଟଣ ଘଟିବା ପରେ ଏସସିବିରେ ମୋଟ 8 ଜଣ ଭର୍ତ୍ତି ହୋଇଥିଲେ । ସେଥିମଧ୍ୟରୁ ଜଣଙ୍କୁ ରିସିଭ ଡେଥ୍ ଘୋଷଣା କରିଥିଲେ ଏସସିବି କର୍ତ୍ତୃପକ୍ଷ । ଆଉ ଆଜି ଦ୍ୱିତୀୟ ଆହତଙ୍କ ମୃତ୍ୟୁ ଘଟିଛି । ତେବେ ଅନ୍ୟ ଆହତମାନଙ୍କୁ ସ୍ଵତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା କରୁଛନ୍ତି । 
 

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.