'ଚଳିତ ବର୍ଷ ନବ ଯୌବନ ଦର୍ଶନ ନାହିଁ': ମାଧବ ପୂଜାପଣ୍ଡା - PREPARATORY MEETING for Snan Yatra - PREPARATORY MEETING FOR SNAN YATRA
🎬 Watch Now: Feature Video


Published : Jun 8, 2024, 10:57 PM IST
Preparation Meeting for Snan Yatra: ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ଓ ସ୍ନାନଯାତ୍ରା କିଭଳି ସୁରୁଖୁରୁରେ ହେବ ସେନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ଦଇତାପତି ନିଯୋଗ ଓ ପୂଜା ପଣ୍ଡା ନିଯୋଗକୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୁରୀ ଜିଲ୍ଲାପାଳ ଏବଂ ଏସପି ଯୋଗ ଦେଇଥିଲେ। ତେବେ ଦଇତାପତି ନିଯୋଗର ସଭାପତି ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି ଯେ, ଆଗାମୀ ରଥଯାତ୍ରା ଓ ସ୍ନାନଯାତ୍ରା କିଭଳି ସୁରୁଖୁରୁରେ ହେବ ସେ ନେଇ ଆଲୋଚନା ହୋଇଥଲା।
ଏହା ମଧ୍ୟ ପଢ଼ନ୍ତୁ..ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ସମୀକ୍ଷା ବୈଠକ - PREPARATORY MEETING SNANA YATRA
ଗୋଟିଏ ଦିନରେ ନବ ଯୌବନ ଦର୍ଶନ ଏବଂ ରଥଯାତ୍ରା ପଡୁଥିବାରୁ କିଭଳି ନୀତି ନିର୍ଘଣ୍ଟ ଅନୁଯାୟୀ ପାଳନ ହେବ ସେ ନେଇ ଆଲୋଚନା ହୋଇଥଲା। ସେପଟେ ବରିଷ୍ଠ ସେବାୟତ ମାଧବ ପୂଜାପଣ୍ଡା କହିଥିଲେ ଯେ, 1971 ମସିହାରେ ଚଳିତ ବର୍ଷ ଭଳି ଗୋଟିଏ ଦିନରେ ନବ ଯୌବନ ଦର୍ଶନ ଏବଂ ରଥ ଯାତ୍ରା ପାଳନ ହୋଇଥିଲା। ସେହିବର୍ଷ ପହଣ୍ଡି ବିଳମ୍ବ ସହ ରଥଟଣା ମଧ୍ୟ ବିଳମ୍ବରେ ହୋଇଥିଲା। ତେବେ ଚଳିତ ବର୍ଷ କିଭଳି ଭଲରେ ନିତି ନିର୍ଘଣ୍ଟ ଅନୁଯାୟୀ ପହଣ୍ଡି ଏବଂ ରଥଟଣା ହେବ ସେନେଇ ଆଲୋଚନା ହୋଇଥିଲା। ତେବେ ଚଳିତ ବର୍ଷ ଗୋଟିଏ ଦିନରେ ରଥ ଯାତ୍ରା, ନବ ଯୌବନ ଦର୍ଶନ ପଡୁଥିବାରୁ ଭକ୍ତ ମାନେ ନବ ଯୌବନ ଦର୍ଶନରୁ ବଞ୍ଚିତ ହେବେ ବୋଲି ବରିଷ୍ଠ ସେବାୟତ ମାଧବ ପୂଜାପଣ୍ଡା କହିଛନ୍ତି।
ଇଟିଭି ଭାରତ, ପୁରୀ