thumbnail

By ETV Bharat Odisha Team

Published : Jun 20, 2024, 9:45 AM IST

ETV Bharat / Videos

ଗଞ୍ଜାମରେ ସିକଲ ସେଲରେ ଆକ୍ରାନ୍ତ ୯୩୫ ରୋଗୀ, ତତ୍ପର ସ୍ୱାସ୍ଥ୍ୟ ବିଭାଗ - Sickle Cell Patient In Ganjam

ବ୍ରହ୍ମପୁର: ରାଜ୍ୟଠାରୁ ଆରମ୍ଭ କରି ଦେଶ ତଥା ବିଭିନ୍ନ ଆଦିବାସୀ ପାହାଡ଼ ଘେରା ଅଞ୍ଚଳରେ ବହୁଳ ମାତ୍ରାରେ ଆକ୍ରାନ୍ତ ହେଇଥାନ୍ତି ସିକଲ ସେଲ ରୋଗୀ । ହେଲେ ଏଭଳି ରୋଗୀଙ୍କୁ ବହୁ ପୂର୍ବରୁ ଚିହ୍ନଟ କରି ତାହାର ଉପଯୁକ୍ତ ଚିକିତ୍ସା ଏବଂ କିଭଳି ରହିବ ସତର୍କତା ଏବଂ ସଚେତନତା ତାହାକୁ ଅଧିକ ଗୁରୁତ୍ଵ ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ସଚେ ତନତା କାର୍ଯ୍ୟକ୍ରମ । ଏହିକ୍ରମରେ ଗଞ୍ଜାମ ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବା ସହିତ ଆଦିବାସୀ ଅଞ୍ଚଳରେ ୨୫ ବର୍ଷ ବୟସରେ ରହିଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଏହି ରୋଗୀର କେଉଁ ବ୍ୟକ୍ତି ବିଶେଷ ଚିହ୍ନଟ ରହିଛନ୍ତି ତାହାକୁ ଅଧିକ ମାତ୍ରାରେ ଗୁରୁତ୍ବ ଦେବ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ । ଏପରିକି ଜିଲ୍ଲାରେ ଅଦ୍ୟାବଧି ସିକଲ ସେଲ ରୋଗରେ ୯୩୫ ରୋଗୀ ଆକ୍ରାନ୍ତ ହୋଇଥିବା ଜଣାଯାଇଥିବା ବେଳେ ବର୍ତ୍ତମାନ ବ୍ୟାପକ ସଚେତନତା ସହିତ ରକ୍ତ ନମୁନା ସଂଗ୍ରହ କରାଯାଇ ଏକ ତାଲିକା ପ୍ରସ୍ତୁତ କରାଯାଇ ଏଭଳି ଏକ ବଂଶଗତ ରୋଗୀଙ୍କ ଡାଟା ବେଶ ପ୍ରସ୍ତୁତ କରାଯାଇ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ସେପଟେ ବ୍ରହ୍ମପୁର ସହରରେ ଏ ନେଇ କେତେ ରୋଗୀ ରହିଛନ୍ତି ତାହାର ସ୍ପଷ୍ଟ ତାଲିକା ନଥିବାରୁ ଚଳିତ କାର୍ଯ୍ୟକ୍ରମରେ ଏହାକୁ ବ୍ୟାପକ କରାଯିବାକୁ ବ୍ରହ୍ମପୁର ମହାନଗର ନିଗମର ମେୟର ସଙ୍ଘମିତ୍ରା ଦଳେଇ ସୂଚନା ଦେଇଛନ୍ତି । ତେବେ ଏଭଳି ରୋଗରେ ଆକ୍ରାନ୍ତ ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରାଯାଇ ବହୁ ପୂର୍ବରୁ ତାର ଚିକିତ୍ସା କରାଇଲେ ଅନେକ ସଫଳତା ମିଳିପାରିବ ବୋଲି କୁହାଯାଇଛି ।
 

ଏହା ମଧ୍ୟ ପଢନ୍ତୁ: ୨୦୪୭ ସୁଦ୍ଧା ସିକଲ୍ ସେଲ୍ ମୁକ୍ତ ହେବ ଓଡ଼ିଶା !  ସ୍ବାସ୍ଥ୍ୟ ବିଭାଗର ସମୀକ୍ଷା, ଜାଣନ୍ତୁ କେତେ ମାରାତ୍ମକ ଏହି ରୋଗ


ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.