ଚଳଚଞ୍ଚଳ ବୀରଗୋବିନ୍ଦପୁର ମା' ଦକ୍ଷିଣକାଳୀଙ୍କ ପୀଠ, ପୂଜା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି - BIRAGOBINDAPUR KALI PUJA

🎬 Watch Now: Feature Video

thumbnail

By ETV Bharat Odisha Team

Published : Oct 29, 2024, 8:25 PM IST

Dakshina Kali Puja: ନିମାପଡ଼ା: ପାଖେଇ ଆସୁଛି ମା' ଦକ୍ଷିଣକାଳୀଙ୍କ ପୂଜା । ପୁରୀ ଜିଲ୍ଲା ବୀରଗୋବିନ୍ଦପୁର ମା' ଦକ୍ଷିଣକାଳୀ ପୀଠ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମା'ଙ୍କର ପୂଜା ରୀତିନୀତି ଅନୁସାରେ ସମ୍ପନ୍ନ ହେବ । ଆସନ୍ତା ୩୧ ତାରିଖ ମଧ୍ୟ ରାତ୍ର ୧୨ଟା ପରେ ମା'ଙ୍କର ଗୁପ୍ତ ରୀତିନୀତି ଅନୁଷ୍ଠିତ ହେବ । ସକାଳୁ ମା' ରାଜରାଜେଶ୍ଵରୀ ବେଶରେ ଭକ୍ତଙ୍କୁ ଦେବେ ଦର୍ଶନ । ବହୁ ପୁରାତନ କାଳରୁ ଏଠାରେ ପୂଜା ପାଇଆସୁଛନ୍ତି ମା'କାଳୀ । ଶ୍ରଦ୍ଧାଳୁମାନଙ୍କର ବିଶ୍ଵାସ ଯେ  ଏଠାରେ ମା'ଙ୍କୁ ପୂଜାର୍ଚ୍ଚନା କରିଲେ ମନସ୍କାମନା ପୂରଣ ହୋଇଥାଏ । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ଗ୍ରାମ୍ୟ କମିଟି ମଧ୍ୟରେ ଆଲୋଚନା ସମ୍ପୂର୍ଣ୍ଣ ହୋଇଛି । ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ ଦିଆଯାଇଛି । ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇ କରାଯାଇଛି । ସେହିପରି ବ୍ଲକ ପ୍ରଶାସନ ପକ୍ଷରୁ ପାନୀୟ ଜଳ, ଆଲୋକୀକରଣ କାର୍ଯ୍ୟ ତ୍ବରାନ୍ବିତ ହୋଇଛି । 
ଏହା ମଧ୍ୟ ପଢନ୍ତୁ ....ଦୀପାବଳିରେ ୫ ରାଶିଙ୍କ ଜୀବନରୁ ହଟିବ ଦୁଃଖର କଳା ବାଦଲ, ମା' କାଳୀଙ୍କ କୃପାରୁ ହେବ ସୁଖ ସମୃଦ୍ଧିର ବର୍ଷା
 
ଇଟିଭି ଭାରତ, ନିମାପଡ଼ 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.